ନୂଆଦିଲ୍ଲୀ: ଇରାନକୁ ନୂତନ ମୁଖ୍ୟ ମିଳି ସାରିଛି । ଅଲି ଖାମେନଇଙ୍କ ପୁଅ ମୋଜତାବା ଖାମେନେଇ ଇରାନର ସର୍ବୋଚ୍ଚ ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ମୋଜତବା ଖାମନେଇଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଶୁଭେଚ୍ଛା ଜଣାଇବା ସହିତ ଖୋଲା ସମର୍ଥନ କରିଛନ୍ତି । ସୋମବାର ପୁତିନ ବୟାନ ଦେଇଛନ୍ତି ଯେ ସେ ଇରାନକୁ ଅତୁଟ ସମର୍ଥନ ଦେବେ ।
ପୁତିନ କହିଛନ୍ତି ଯେ ରୁଷ ତାର ଇରାନୀ ବନ୍ଧୁଙ୍କ ସହିତ ଏକଜୁଟ ହୋଇ ରହିଛି ଏବଂ ସମସ୍ତ କଠିନ ପରିସ୍ଥିତିରେ ଇରାନ ସହିତ ଠିଆ ହେବ । ପୁଅ ମୋଜତାବା ବାପା ଅଲୀ ଖାମନେଇଙ୍କ କାର୍ଯ୍ୟକୁ ଆଗକୁ ବଢ଼ାଇବେ ବୋଲି ପୁତିନ ଆଶାବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଇରାନ ସଶସ୍ତ୍ର ଆକ୍ରମଣର ସମ୍ମୁଖୀନ ହେଉଥିବା ସମୟରେ ଏହି ପଦବୀରେ ନେତୃତ୍ୱ ନେବାର ସାହସ ଏବଂ ସମର୍ପଣର ଏକ ବଡ଼ ପରୀକ୍ଷା ହେବ।
ପ୍ରକାଶ ଯୋଗ୍ୟ, ଗତକାଲି ରବିବାର ଆସେମ୍ବ୍ଲି ଅଫ ଏକ୍ସପର୍ଟ ଇରାନର ନୂତନ ନେତାଙ୍କ ଚୟନ କରିଥିଲା । ଅଲୀ ଖାମେନେଇଙ୍କ ପୁଅ ମୋଜତାବାଙ୍କୁ ନୂତନ ନେତା ଭାବେ ବଚ୍ଛା ଯାଇଥିଲା । ଫେବୃଆରୀ ୨୮ରେ ଅଲୀ ଖାମେନେଇଙ୍କର ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ମୃତ୍ୟୁ ହୋଇଥିଲା । ମୋଜତାବା ଖାମେନେଇଙ୍କ ଦ୍ୱିତୀୟ ପୁଅ ଅଟନ୍ତି ।