ଲ୍ୟାଣ୍ଡଫଲ୍ ପରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ଫୁଙ୍ଗ-ୱଙ୍ଗ୍’। ଫିଲିପାଇନ୍ସର ଆରୋରା ପ୍ରଦେଶରେ ଲ୍ୟାଣ୍ଡଫଲ କରିଛି ଟାଇଫୁନ। ଗତକାଲି ରାତି ୯ଟା ୧୦ରେ ଲୁଜୋନର ଆରୋରା ନିକଟରେ ଲ୍ୟାଣ୍ଡଫଲ କରିଛି। ଲ୍ୟାଣ୍ଡଫଲ ବେଳେ ପ୍ରବଳ ବର୍ଷା ସହ ୨୩୦ କିମି ବେଗରେ ପବନ ବହିଥିଲା।
ବନ୍ୟା ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। କଲମାଇଗି ଦ୍ୱାରା ହୋଇଥିବା ବ୍ୟାପକ କ୍ଷୟକ୍ଷତି ଏବଂ ଫଙ୍ଗ ୱଙ୍ଗରୁ ସମ୍ଭାବ୍ୟ ବିପର୍ଯ୍ୟୟ ଯୋଗୁଁ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ୍ ଜୁନିଅର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ସେନାକୁ ନିୟୋଜିତ କରାଯାଇଛି।
୧୬ ଶହ କିଲୋମିଟର ଯାଏ ମହାବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଫିଲିପାଇନ୍ସର ପ୍ରାୟ ଦୁଇ-ତୃତୀୟାଂଶ ଅଞ୍ଚଳକୁ ଆଚ୍ଛଦିତ କରିଛି ‘ଫୁଙ୍ଗ-ୱଙ୍ଗ୍’। ଲ୍ୟାଣ୍ଡଫଲ ପରେ ଏହା ଧୀରେ ଧୀରେ ଦୁର୍ବଳ ହୋଇ ୧୩ ତାରିଖରେ ତାଇୱାନର ପଶ୍ଚିମ ଉପକୂଳରେ ପ୍ରଭାବ ପକାଇବ।
ମହାବାତ୍ୟାରେ ଏଯାଏ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ପୂର୍ବରୁ ଦୋର ବିଭିନ୍ନ ଅଞ୍ଚଳର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ପୂର୍ବରୁ ସ୍ଥାନାନ୍ତର କରାଯାଇଛି। ୩୦୦ରୁ ଅଧିକ ଘରୋଇ ଓ ଅନ୍ତଜାତୀୟ ବିମାନ ଉଡ଼ାଣ ବାତିଲ ହୋଇଛି। ଆଜି ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି।ଫୁଙ୍ଗ୍ ୱାଙ୍ଗ୍ ପ୍ରଭାବରେ ପୂର୍ବାଞ୍ଚଳରେ ଅନେକ ସହର ଓ ଗାଁରେ ବିଦ୍ୟୁତ ସେବା ଠପ ହୋଇଛି।
ଅଧିକ ପଢନ୍ତୁ: ଭାରତୀୟ ସେନାର ବଡ଼ ପ୍ରସ୍ତୁତି: ଯୁଦ୍ଧାଭ୍ୟାସ ନେଇ ଚୀନ୍ ଏବଂ ବାଂଲାଦେଶ ଚିନ୍ତିତ