ନାକ ତଳେ ମାସ୍କ ପିନ୍ଧିବା କାରଣରୁ ସିଙ୍ଗାପୁରରେ ଭାରତୀୟ ମହିଳାଙ୍କୁ ଆକ୍ରମଣ
Khabar Odisha:singapore-man-who-hit-indian-origin-woman-and-raised-racial-abuse-charged-for-attack-by-police
ସିଙ୍ଗାପୁର,ସେପ୍ଟେମ୍ବର 11 (ଖବର ଓଡ଼ିଶା):

ନାକ ତଳେ ମାସ୍କ ପିନ୍ଧିବା କାରଣରୁ ସିଙ୍ଗାପୁରରେ ଭାରତୀୟ ମହିଳାଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଘଟଣା ସାରା ଅଚଂଳରେ ଆଲୋଡନର ବିଷୟ ବସ୍ତୁ ପାଲଟିଛି । ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟକ୍ତି ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । 

 ମହିଳାଙ୍କ ଅଭିଯୋଗ ଅନୁସାରେ, କୌଣସି କାରଣରୁ ସେ ଜୋରରେ ଚାଲି ଚାଲି ଯାଉଥିଲେ ଏହି ସମୟରେ ତାଙ୍କର ନିଶ୍ୱାସ ନେବାରେ ଅସୁବିଧା ହେବାରୁ ସେ ମାସ୍କଟିକୁ ନାକ ତଳକୁ ଖସାଇ ଦେଇଥିଲେ । ଏହାକୁ ନେଇ ଅଭିଯୁକ୍ତ ତାଙ୍କ ଉପରେ ରାଗି ଯାଇଥିଲେ । ମହିଳା ଜଣଙ୍କ ଏହାର କାରଣ କହିବା ସତ୍ତ୍ୱେ ମଧ୍ୟ ସେ ତାଙ୍କ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ ଏବଂ ତାଙ୍କ ଛାତିକୁ ଗୋଇଠା ମାରିଥିଲେ । 

ଅଭିଯୁକ୍ତଙ୍କ ନାଁ ହେଉଛି ବୋଙ୍ଗ ଶିଙ୍ଗ ଫେଙ୍ଗ (୩୦) ।ତାଙ୍କ ନାଁରେ ପୁର୍ବରୁ ଅନେକ ମାମଲା ରହିଛି । ତେବେ ଭାରତୀୟ ମହିଳାଙ୍କ ଉପରେ ଆକ୍ରମଣ କରିବା ଘଟଣାରେ ସିଙ୍ଗାପୁର ପୋଲିସ୍ ଅଭିଯୁକ୍ତଙ୍କ ନାଁରେ ଏକ ମାମଲା ମଧ୍ୟ ରୁଜୁ କରିଛି । ଯଦି ଏହି ଅଭିଯୋଗ ସତ ବୋଲି ସାବ୍ୟସ୍ତ ହୋଇଯାଏ ତେବେ ଅଭିଯୁକ୍ତକୁ ସାଢେ ୪ ବର୍ଷ ଜେଲ ଦଣ୍ଡ ହୋଇପାରେ । ଏହା ସହିତ ସିଙ୍ଗାପୁର ଡ଼ଲାର ଅନୁସାରେ ତାଙ୍କୁ ୭୫୦୦ ଡ଼ଲାରର ଜୋରିମାନା ମଧ୍ୟ ଲଗାଯିବ । 

ସୂଚନାଯୋଗ୍ୟ, ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ଲି ସୀନ୍ ସୁଙ୍ଗଙ୍କ ସହ ଅନ୍ୟ ମନ୍ତ୍ରୀ ମାନେ ସୋସିଆଲ ମିଡ଼ିଆରେ ନିନ୍ଦା କରିଛନ୍ତି ।

  • Tags:

Subscribe

National International State Sports Entertainment