ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ପୁଣି ଏକ ଦୁଃଖଦ ଖବର ଆସିଛି । ସ୍ପେନର ଟେନିସ ତାରକା ରାଫେଲ ନାଡାଲ ଅବସର କ୍ରୀଡ଼ା ଜଗତରୁ ବିଦାୟ ନେଇଛନ୍ତି । ୨୨ ଥର ଗ୍ରାଣ୍ଡ ସ୍ଲାମ୍ ଜିତିଥିବା ନାଡାଲ ଗୁରୁବାର ବିଧିବଦ୍ଧଭାବେ ଅବସର ଘୋଷଣା କରିଛନ୍ତି । ୩୮ ବର୍ଷୀୟ ରାଫେଲ ଏକ ଭିଡ଼ିଓ ପୋଷ୍ଟ କରି ଏହି ଘୋଷଣା କରିଛନ୍ତି । ଡେଭିସ୍ କପ୍ ଫାଇନାଲ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ରହିବ । ଯାହାକି ନଭେମ୍ବର ୧୯ରେ ଖେଳା ଯିବ ।
ରାଫେଲ ନାଡାଲ କ୍ରୀଡ଼ା ଜଗତରେ ନିଜର ଏକ ବିଶେଷ ଛାପ ଛାଡ଼ି ଯାଇଛନ୍ତି । ସେ ୧୪ ଥର ଫ୍ରେଞ୍ଚ ଓପନ୍, ୨୨ଥର ଗ୍ରାଣ୍ଡ ସ୍ଲାମ୍ ଜିତିଛନ୍ତି । ଗ୍ରାଣ୍ଡ ସ୍ଲାମ୍ ତାଲିକାରେ ସେ ଦ୍ୱିତୀୟରେ ରହିଛନ୍ତି । ୨୪ ଟି ଗ୍ରାଣ୍ଡ ସ୍ଲାମ୍ ଜିତି ନୋବାକ ଜୋପୋବିଚ୍ ପ୍ରଥମରେ ରହିଛନ୍ତି ।
ତେବେ ନାଡାଲଙ୍କ ଅବସରର ପରେ ଟେନିସରେ ଏକ ଯୁଗର ଅନ୍ତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏବେ ଖେଳ ଯୋଗୁଁ ତାଙ୍କ ଶରୀର ଉପରେ ପଡ଼ୁଥିବା ପ୍ରଭାବ ଉପରେ ସେ କହିଛନ୍ତି । ସେ ଭିଡ଼ିଓରେ କହିଛନ୍ତି, ମୁଁ ବହୁତ ଉତ୍ସାହିତ ଅଛି ଯେ ଡେଭିସ ଟୁର୍ଣ୍ଣାମେଣ୍ଟ ଫାଇନାଲ ତାଙ୍କର ଶେଷ ମ୍ୟାଚ ରହିବ । ଯେଉଁଥିରେ ଦେଶକୁ ପ୍ରତିନିଧିତ୍ୱ କରିବେ ।
ନାଡାଲ ପ୍ୟାରିସ ଅଲିମ୍ପିକ୍ସ ପରଠାରୁ ସେ ଆଉ ଖେଳି ନ ଥିଲେ । ସେ ଏକକ ବର୍ଗରେ ହାରି ଯାଇଥିଲେ । କିନ୍ତୁ ଯୁଗଳ ବର୍ଗରେ କ୍ୱାର୍ଟର ଫାଇନାଲ ଯାଏଁ ଯାଇଥିଲେ ।