ଭୟଙ୍କର ଭୂକମ୍ପରେ ଥରିଉଠିଲା ମିଆଁମାରା । ଏହାର ତିବ୍ରତା ଏତେ ରହିଥିଲା ଯେ, ଏହାର ପ୍ରଭାବ ପଡ଼ୋଶୀ ଦେଶ ଥାଇଲାଣ୍ଡ, ଚୀନ, ବାଲାଂଦେଶରେ ବି ଅନୁଭୂତ ହୋଇଛି। ମିଆଁମାରରେ ସୃଷ୍ଟି ହୋଇଥିବା ଭୂକମ୍ପରେ ଅଧିକ କ୍ଷତି ଥାଇଲାଣ୍ଡରେ ଦେଖିବାକୁ ମିଳିଛି। ଲଗାତାର ୨ଟି ଭୁକମ୍ପ ହୋଇଥିବା ବେଳେ ଏହାର ତୀବ୍ରତା ୭.୭ ଏବଂ ୭.୨ ରହିଥିଲା, ଯାହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ଥାଇଲାଣ୍ଡରେ ଏମରଜେନ୍ସି ଘୋଷଣା
ମିଆଁମାର ଠାରୁ ୯ ଶହ କିଲୋମିଟର ଦୂର ଥାଇଲାଣ୍ଡର ରାଜଧାନୀ ବ୍ୟାଂକକ୍କୁ ଏହା ଦୋହଲାଇ ଦେଇଥିଲା। ଭୂକମ୍ପରେ ଅନେକ ମୃତାହତ ହୋଇଥିବା ଜଣାପଡ଼ିଛି, ତେବେ ସେନେଇ ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ବିଭିନ୍ନ ସ୍ଥାନରେ କୋଠା ଭୁଷୁଡ଼ି ୪୩ ଜଣ ନିଖୋଜ ହୋଇଥିବା ଖବର ଆସୁଛି। ତେବେ ପରିସ୍ଥିତିକୁ ଦେଖି ଦେଶରେ ଏମରଜେନ୍ସି ଘୋଷଣା କରିଛନ୍ତି ଥାଇଲ୍ୟାଣ୍ଡ ସରକାର। ବ୍ୟାଂକକର ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ୨ ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି । ବ୍ୟାଂକକର ମେଟ୍ରୋ ସେବା ବାତିଲ ହୋଇଛି ।
ଭୂକମ୍ପ ପରର ଚିତ୍ର ଭୟଙ୍କର
ମିଆଁମାର ଓ ଥାଇଲ୍ୟାଣ୍ଡରେ ଭୂମିକମ୍ପ ପରର ଚିତ୍ର ରହିଛି ଅତ୍ୟନ୍ତ ଭୟାନକ । ଏହାର ଅନେକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ କେମିତି ବଡ଼ ବଡ଼ ଅଟ୍ଟାଳିକାଗୁଡିକ ଭୂକମ୍ପ ଝଟକାରେ ଦୋହଲି ଯାଉଛି ଏବଂ ଭୁଶୁଡି ପଡୁଥିବାର ଛାତିଥରା ଦୃଶ୍ୟ ଦେଖିବାକୁ ମିଳୁଛି । କୋଠା ଭାଙ୍ଗିବା ଯୋଗୁଁ ଅନେକ ଦବିଥିବା ଆଶଙ୍କା କରାଯାଉଛି ।