ପାକିସ୍ତାନ କରାଚିରେ ଥିବା ଷ୍ଟକ ଏକ୍ସଚେଞ୍ଜ ଉପରେ ଆତଙ୍କବାଦୀ ଆକ୍ରମଣ
Khabar Odisha:karachi-pakistan-stock-exchange-building-terrorist-attack
କରାଚୀ, ଜୁନ ୨୯ (ଖବର ଓଡ଼ିଶା):

କରାଚି ସ୍ଥିତ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆରି ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ସୋମବାର ଦିନ ଚାରିଜଣ ଆତଙ୍କବାଦୀ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜର ବିଲ୍ଡିଂରେ ପ୍ରବେଶ କରି ଅନ୍ଧାଧୂନ ଗୁଳି ଚଳାଉଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କ ଗୁଳିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ପାକିସ୍ତାନୀ ଗଣମାଧ୍ୟମ ଆରି ନ୍ୟୁଜ୍ ଅନୁଯାୟୀ, ଚାରିଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଜଣ ନିହତ ହୋଇଥିବାବେଳେ ଦୁଇଜଣ ଆତଙ୍କବାଦୀ ବିଲ୍ଡିଂରେ ଲୁଚି ରହିଛନ୍ତି । ଆତଙ୍କବାଦୀମାନେ ଷ୍ଟକ୍ ଏକ୍ସଚେଞ୍ଜ ବିଲ୍ଡିଂର ମୁଖ୍ୟ ଫାଟକକୁ ଗ୍ରେନେଡ୍ ସାହାଯ୍ୟରେ ଆକ୍ରମଣ କରି ବିଲ୍ଡିଂରେ ପ୍ରବେଶ କରିଥିଲେ । ଏହି ଗୁଳି ବିନିମୟରେ ଜଣେ ପୋଲିସ କର୍ମଚାରୀ ଏବଂ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି।

ପୋଲିସ ଏବଂ ପାକିସ୍ତାନ ରେଞ୍ଜର୍ସର ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ସିଲ କରାଯାଇଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ସହିତ ଷ୍ଟକ୍ ଏକ୍ସଚେଞ୍ଜରେ ଫସି ରହିଥିବା କର୍ମଚାରୀମାନଙ୍କୁ ପଛ ଦ୍ୱାର ବାଟ ଦେଇ ବାହାରକୁ ବାହର କରାଯାଇଛି।

  • Tags:

Subscribe

National International State Sports Entertainment