ନୂଆଦିଲ୍ଲୀ: ସରକାରୀ ଅର୍ଥ ହେରଫେର କରିବା ଅଭିଯୋଗରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ ହୋଇଛନ୍ତି । ତାଙ୍କୁ କଲମ୍ବୋ ଫୋର୍ଟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ ।
ସମ୍ବାଦ ସରବରାହ ସଂସ୍ଥା ଏଏଫପିର ରିପୋର୍ଟ ମୁତାବକ, ୨୦୨୩, ସେପ୍ଟେମ୍ବରରେ ରାନିଲ ବିକ୍ରମାସିଂଘେ ରାଷ୍ଟ୍ରପତି ପଦରେ ଥିବାବେଳେ ପତ୍ନୀଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଉତ୍ସବରେ ସରକାରୀ ଅର୍ଥ ବିନିଯୋଗ କରିଥିଲେ । ତାଙ୍କର ଲଣ୍ଡନ ଯାତ୍ରା ବିଷୟରେ ପଚରାଯିବା କରାଯିବା ପରେ ବିକ୍ରମସିଂଘେଙ୍କୁ ଗିରଫ କରାଯାଇଛି ।
୨୦୨୩ ମସିହାରେ ରାନିଲ ବିକ୍ରମାସିଂଘେ ହାଭାନାରେ G-୭୭ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ । ଏହା ପରେ ଲଣ୍ଡନରେ ଅଟକିଥିଲେ । ତାଙ୍କ ପତ୍ନୀ ମୈତ୍ରୀ ୱଲଭରହାମ୍ପଟନ୍ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପତ୍ନୀ ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚରେ ଯାତ୍ରା କରିଛନ୍ତି ବୋଲି ଜେରା ସମୟରେ କହିଥିଲେ ରାନିଲ । ସେ କୌଣସି ସରକାରୀ ଅର୍ଥ ବ୍ୟବହା କରିନଥିଲେ ବୋଲି କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୨୨ରେ ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଦେଶରୁ ପଳାୟନ କରିଥିଲେ । ରାନିଲ ବିକ୍ରମାସିଙ୍ଘେ ଗୋଟାବାୟାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ସେ ଶ୍ରୀଲଙ୍କାର ରାଷ୍ଟ୍ରପତି ଦାୟିତ୍ୱ ତୁଲାଇଛନ୍ତି । ଏହା ସହିତ ୬ ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଛନ୍ତି ।