ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ଦକ୍ଷିଣରେ ଥିବା ଡ୍ରେକ୍ ପୈସେଜରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର୍ ସ୍କେଲରେ ୭.୫ ରହିଥିବାବେଳେ କେନ୍ଦ୍ରସ୍ଥଳ ପୈସେଜରୁ ପ୍ରାୟ ୧୦.୮ କିଲୋମିଟର ଦୂରରେ ରହିଛି । ଏହି ଶକ୍ତିଶାଳୀ ଭୂକମ୍ପ ପରେ ସୁନାମି ଆଶଙ୍କା ସୃଷ୍ଟି ହୋଇଛି ।
ଆମେରିକାର ସୁନାମି ଚେତାବନୀ କେନ୍ଦ୍ର ଏ ନେଇ କୌଣସି ସକ୍ରିୟ ବିପଦର ସତର୍କତା ଜାରି କରି ନାହିଁ । ତେବେ ପ୍ରଶାନ୍ତ ସୁନାମି ଚେତାବନୀ କେନ୍ଦ୍ର ଚିଲୀକୁ ନେଇ ସୁନାମି ପାଇଁ ସତର୍କତା ଜାରି କରିଛି । ଆଗାମୀ ୩ ଘଣ୍ଟା ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆଣ୍ଟାର୍କଟିକାକୁ ଲାଗିକରି ଥିବା ଚିଲୀର ଜଳସେନା ହାଇଡ୍ରୋଗ୍ରାଫିକ୍ ଏବଂ ଔସିୟନୋଗ୍ରାଫିକ ସେବା ମଧ୍ୟ ଚିଲୀ ପାଇଁ ସତର୍କତା ଜାରି କରିଛି ।
ଏଠାରେ କହିରଖିବାକୁ ଚାହିଁବୁ ଡ୍ରେକ୍ ପୈସେଜ୍ ଦକ୍ଷିଣ ଆମେରିକାର ସମ୍ପୂର୍ଣ୍ଣ ଦକ୍ଷିଣ ଏବଂ ଆଣ୍ଟାର୍କଟିକା ମଝିରେ ଅବସ୍ଥିତ ।