ଦକ୍ଷିଣ ଆମେରିକୀୟ ଦେଶ ଇକ୍ୱାଡୋରରେ ଭୟଙ୍କର ଭୂମିକମ୍ପ
Khabar Odisha:an-earthquake-of-magnitude-6-point-7-struck-in-ecuadors-coastal
ଖବର ଓଡିଶା : 19/03/2023:

ଦକ୍ଷିଣ ଆମେରିକୀୟ ଦେଶ ଇକ୍ୱାଡୋରରେ ଭୟଙ୍କର ଭୂମିକମ୍ପ ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ । ଏଜେନ୍ସି ମୁତାବକ ଗୁୟାସରେ ହୋଇଥିବା ଭୂମିକମ୍ପ ଏତେ ଭୟଙ୍କର ଥିଲା କି ପୁରା ସହର ଥରି ଉଠିଥିଲା । ଭୂମିକମ୍ପ ଫଳରେ କିଛି କୋଠା କ୍ଷତିଗ୍ରସ୍ଥ ହୋଇଛି ଓ ୧୨ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଭୂକମ୍ପ ଝଟକା ଅନୁଭବ ହେବା ପରେ ଲୋକମାନେ ଘରୁ ବାହାରି ରାସ୍ତା ଉପରକୁ ଆସି ଯାଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଗୁୟାସରୁ ପାଖାପାଖି ୮୦ କିଲୋମିଟର ଦକ୍ଷିଣ ଦିଗରେ ବୋଲି କୁହାଯାଇଛି । ଏହାରି ମଧ୍ୟରେ ଇକ୍ୱାଡୋରର ରାଷ୍ଟ୍ରପତି ଗୁଇଲେମୋ ଲାସୋ ସୋସିଆଲ ମିଡିଆରେ ସନ୍ଦେଶ ଜାରି କରି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି । 

Subscribe

National International State Sports Entertainment