ନୂଆଦିଲ୍ଲୀ: ୨୦୨୪ ଅଗଷ୍ଟରେ ଶେଖ ହସିନାଙ୍କ ସରକାରର ପତନ ପରେ ସେନାର ସମର୍ଥନରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ କରାଯାଇଥିଲା । ସେ ଅନ୍ତରୀଣ ସରକାର ପରାମର୍ଶଦାତା ଭାବେ ରହିଥିଲେ । ଏବେ ସାଧାରଣ ନିର୍ବାଚନ ପରେ ବିଏନପି ମୁଖ୍ୟ ତାରିକ ଅହମ୍ମଦ ଫେବୃଆରୀ ୧୭ରେ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେବାକୁ ଯାଉଛନ୍ତି । ଏହା ମଧ୍ୟରେ ମହମ୍ମଦ ୟୁନୁସଙ୍କୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି । ବିଶେଷଜ୍ଞଙ୍କ କହିବା କଥା ୟୁନୁସଙ୍କୁ କୌଣସି ଏକ ବଡ ଦାୟିତ୍ୱ ମିଳିପାରେ ।
କଣ ରାଷ୍ଟ୍ରପତି ହେବେ ମହମ୍ମଦ ୟୁନୁସ
ସୋସିଆଲ ମିଡିଆରେ ଲୋକଙ୍କ କହିବା କଥା ମହମ୍ମଦ ୟୁନୁସଙ୍କୁ କୌଣସି ବଡ ସାମ୍ବିଧାନିକ ପଦ ଦିଆଯାଇପାରେ । ରେହମାନଙ୍କ ନିକଟତର ହୁମାୟୁଁ କବୀର କହିଛନ୍ତି, ଏ ପର୍ଯ୍ୟନ୍ତ କୌଣସି ଭୂମିକା ସ୍ଥିର କରାଯାଇ ନାହିଁ । ମହମ୍ମଦ ୟୁନୁସଙ୍କ ନେଇ ମଧ୍ୟ ଆଗକୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଦେଶକୁ ଆଗକୁ ବଢାଇବା ପାଇଁ ସର୍ବଦା ଛିଡା ହେବାକୁ ତାଙ୍କୁ ଆଶ୍ୱାସନ ଦିଆଯାଇଛି ।
ହୁମାୟୁଁ କବୀର କହିଛନ୍ତି, ଏବେ କୌଣସି ବିଭାଗକୁ ନେଇ କୌଣସି ଆଲୋଚନା ହୋଇ ନାହିଁ । ତାରିକ ରେହମାନଙ୍କ ପ୍ରାଥମିକତା ଏକ ସମାବେଶୀ ସରକାର ଗଠନ କରିବାର ଅଛି । ଏହି ନିର୍ବାଚିତ ସରକାରରେ ଲୋକଙ୍କ ପ୍ରତିଭାର ପୂରା ଉପଯୋଗ କରାଯିବ । ସାଂସଦଙ୍କ ଅନୁଭବ, ତାଙ୍କର ବିଶେଷଜ୍ଞତା ଆଧାରରେ ତାଙ୍କୁ ଦାୟିତ୍ୱ ଦିଆଯିବ । ବର୍ତ୍ତମାନ ମହମ୍ମଦ ଶହାବୁଦ୍ଦୀନ ବାଂଲାଦେଶର ରାଷ୍ଟ୍ରପତି ।
ଲେଖକ ଡେଭିଡ ବର୍ଜମ୍ୟାନଙ୍କ କହିବା କଥା ମହମ୍ମଦ ୟୁନୁସଙ୍କୁ ରାଷ୍ଟ୍ରପତି କରାଗଲେ ତାଙ୍କର ଅନୁଭବର ଲାଭ ବାଂଲାଦେଶକୁ ମିଳିପାରେ । ସେ କହିଛନ୍ତି, ମହମ୍ମଦ ୟୁନୁସଙ୍କୁ ଅନେକ ମାମଲାରେ ସମାଲୋଚନାର ଶିକାର ହେବାକୁ ପଡିଛି । ତଥାପି ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ମାନ୍ୟତା ରହିଛି ।
Also read: ମାର୍କୋ ରୁବିଓ କହିଲେ- ଶତ୍ରୁ ସହିତ କଥାବାର୍ତ୍ତା...