କେବେ ଥମିବ କରୋନା ପ୍ରକୋପ? ପୁଣି ଚିହ୍ନଟ ହେଲାଣି ନୂଆ ଷ୍ଟ୍ରେନ୍‌
Khabar Odisha:When-will-the-Corona-outbreak-stop-The-new-strain-has-been-identified-in-England

ନୂଆଦିଲ୍ଲୀ, ଜୁଲାଇ ୨୭ (ଖବର ଓଡ଼ିଶା): ଦୀର୍ଘ ଦେଢ ବର୍ଷ ଧରି କରୋନା ମହାମାରୀ ପୁରା ବିଶ୍ୱରେ ତାଣ୍ଡବ ରଚିଚାଲିଛି । କରୋନା ମହାମାରୀର ନୂଆ ନୂଆ ରୂପ ଏହାକୁ ପ୍ରକୋପକୁ ବଢାଇ ଚାଲିଥିବା ବେଳେ ଏବେ ପୁରା ବିଶ୍ୱରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କେବେ ଥମିବ ଏହି କରୋନା ମହାମାରୀ!

ଏଭଳି ସଙ୍କଟ ମଧ୍ୟରେ ଆଉ ଏକ ନରାଶ୍ୟ ଜନକ ଖବର ସାମ୍ନାକୁ ଆସିଛି ଯାହା ଏହି ମହାମାରୀ ଭୟାବହତାଃ କୁ ଦ୍ୱିଗୁଣିତ କରୁଛି । ପୁଣି କରୋନା ମହାମାରୀର ଏକ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଏହି ଷ୍ଟ୍ରେନ୍ ଇଂଲଣ୍ଡରେ ଚିହ୍ନଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୬ ଜଣ କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଦ୍ୱରା ସଂକ୍ରମିତ ହୋଇ ସାରିଲେଣି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୂଯାଇ ମହାମାରୀର ନୂଆ ନୂଆ ଷ୍ଟ୍ରେନ୍ ପୂର୍ବ ଷ୍ଟ୍ରେନ୍ ଗୁଡିକ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇଥାନ୍ତି । ଯାହାର ଉଦାହରଣ ଭାରତର ଡେଲଟା ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ଦେଖିବାକୁ ମିଳିଛି ।

ଇଂଲଣ୍ଡ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ମହାମାରୀର ନୂଆ ଷ୍ଟ୍ରେନ୍ କୁ ନେଇ ସୂଚନା ଦିଆଯିବା ପରେ ଏବେ ପୁଣି ଚିନ୍ତା ବଢିଛି । ଚିହ୍ନଟ ହୋଇ ନୂଆ ଷ୍ଟ୍ରେନ୍ ର ନାମ B.1.621 ବୋଲି ଇଂଲଣ୍ଡ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏବେ ଅନେକ ଦେଶରେ କରୋନା ମହାମାରୀର ତୃତୀୟ ଲହର ଦେଖାଦେବା ଆରମ୍ଭ ହୋଇଥିବା ବେଳେ ଆମ ଦେଶ ଭାରତରେ ଏବେବି ଦ୍ୱିତୀୟ ଲହରର ପ୍ରଭାବ ଜାରି ରହିଛି । ଏଭଳି ସ୍ଥିତିରେ କରୋନାର ନୂଆ ନୂଆ ରୂପ ପୁରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି ।

  • Tags:

Subscribe

National International State Sports Entertainment