ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଏବେ ବ୍ୟକ୍ତିଗତ ହମଲା ଏବଂ ସୋସିଆଲ ମିଡିଆ ହମଲାରେ ପରିଣତ ହୋଇଛି । ଦକ୍ଷିଣ ଆଫ୍ରିକା ସ୍ଥିତ ଇରାନ ଦୂତାବାସ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇଡିୟଟ(ମୁର୍ଖ) ବୋଲି କହିଛନ୍ତି । ଇରାନର ଏମିତି କଠୋରେ ଟ୍ରମ୍ପଙ୍କୁ ସମାଲୋଚନା ଅନ୍ତର୍ଜାତୀୟ ମହଲକୁ ଆନ୍ଦୋଳିତ କରିଛି ।
ପୂରା ମାମଲା କଣ ?
ବିବାଦର ଆରମ୍ଭ ଏକ ଭାଇରାଲ ଭିଡିଓ ଏବଂ ଅଡିଓ କ୍ଲିପରୁ ହୋଇଛି । ଏହା କଥିତ ଭାବେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ(ଆଇଆରଜିସି)ର ନୌସେନା ଓ ସମୁଦ୍ରରେ ଥିବା ଜାହାଜ ମଧ୍ୟରେ ରେଡିଓ ଯୋଗାଯୋଗ ସମୟର ଘଟଣା । ଏହି ରେକର୍ଡିଂରେ ଇରାନ ନୌସେନାର ଜଣେ ଅଧିକାରୀ ଇଡିୟଟ ଶବ୍ଦର ବ୍ୟବହାର କରୁଥିବା ଶୁଣିବାକୁ ମିଳିଛି ।
ପ୍ରଥମେ କୁହାଗଲା ଯେ, ଏହି ଇରାନର ଅଧିକାରୀ ନିଜର ବିଦେଶ ମନ୍ତ୍ରୀଙ୍କ ପାଇଁ ଏହ ଶବ୍ଦର ପ୍ରୟୋଗ କରିଛନ୍ତି । ଏହି ଦାବିକୁ ଖାରଜ କରି ଦକ୍ଷିଣ ଆଫ୍ରିକା ସ୍ଥିତ ଇରାନ ଦୂତାବାସ ଏକ୍ସରେ କଡା ଶବ୍ଦ ସହ ଲେଖିଛି ଯେ, ଆରେ ବୋକା, ଏହାର ଅର୍ଥ ତୁମର ଇଡିୟଟ ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଉଦ୍ଦିଷ୍ଟ । ବାସ୍ ଗୁଗଲରେ ଇଡିୟଟ ସର୍ଚ୍ଚ କରି ଦେଖି ନିଅନ୍ତୁ, ତୁମେ ବୁଝି ପାରିବ ଯେ, ଏହି ଶବ୍ଦ କାହା ଉଦ୍ଦେଶ୍ୟରେ କୁହାଯାଇଛି । ଏହା ବୟାନ ସିଧାସଳଖ ଟ୍ରମ୍ପଙ୍କ ପାଇଁ ହିଁ ଉଦ୍ଦିଷ୍ଟ ଥିଲା ।
ଅଡିଓ କ୍ଲିପରେ କଣ ଥିଲା ?
ମେରିଟାଇମ ଚ୍ୟାନେଲ ୧୬ରେ ପ୍ରସାରିତ ରେଡିଓ ସନ୍ଦେଶରେ ଆଇଆରଜିସି ହର୍ମୁଜ ପ୍ରଣାଳୀକୁ ଅତିକ୍ରମ ପାଇଁ ଉଦ୍ୟମ କରୁଥିବା ଜାହାଜକୁ କଡା ଚେତାବନୀ ଦେଇଥିଲେ । ସନ୍ଦେଶରେ କୁହାଯାଇଛି ଯେ, ଏହା ଇରାନୀ ସିପହ ନୌସେନାର କଲ । ହର୍ମୁଜ ପ୍ରଣାଳୀ ଏବେ ବନ୍ଦ ରହିଛି । ଆମେ ଖାମେନିଙ୍କ ଆଦେଶରେ ହିଁ ଖୋଲିବୁ, ନା କୌଣସି ଇଡିୟଟର ଟୁଇଟ ଆଧାରରେ ହର୍ମୁଜ ଖୋଲିବୁ ।
Also read: ଭାରତୀୟ ଜାହାଜ 'ଦେଶ ଗାରିମା'କୁ ଅଟକାଇ ପାରିଲାନି ଇରାନୀ ଗୁଳି