ୱାଶିଂଟନ୍: ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ହମାସ ବିରୋଧରେ କଠୋର ବୟାନ ଦେଇଛନ୍ତି। ଗାଜା ଉପତ୍ୟକାରେ ବନ୍ଦୀମାନଙ୍କୁ ମୁକ୍ତ କରିବା ନେଇ ସେ ହମାସକୁ ଚେତାବନୀ ଦେଇଛନ୍ତି। ୨୦୨୫ ଜାନୁଆରୀ ୨୦ ସୁଦ୍ଧା ବନ୍ଧକମାନଙ୍କୁ ମୁକ୍ତ କରା ନଗଲେ ମଧ୍ୟପ୍ରାଚ୍ୟରେ ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି ଟ୍ରମ୍ପ୍ କହିଛନ୍ତି।
ଯଦି ବନ୍ଦୀମାନଙ୍କୁ ମୁକ୍ତ କରା ନଯାଏ, ତେବେ ମାନବିକତା ବିରୋଧରେ ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଇଁ ଆମେରିକା ଇତିହାସରେ ସର୍ବଶ୍ରେଷ୍ଠ ଦଣ୍ଡ ବିଧାନ କରିବ ବୋଲି ଟ୍ରମ୍ପ୍ ଏକ ବିବୃତିରେ କହିଛନ୍ତି।
ଇସ୍ରାଏଲ ତଥ୍ୟ ଅନୁଯାୟୀ, ୨୦୨୩ ଅକ୍ଟୋବର୭ ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ସମୟରେ ୨୫୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖାଯାଇଥିଲା। ପ୍ରାୟ ୧୦୧ ଜଣ ବିଦେଶୀ ଏବଂ ଇସ୍ରାଏଲ ନାଗରିକ ଏବେ ବି ହମାସ ବନ୍ଦୀ ଅବସ୍ଥାରେ ଅଛନ୍ତି। ହମାସ ଦାବି କରିଛି ଯେ ବନ୍ଧକମାନଙ୍କ ମଧ୍ୟରୁ ୩୩ ଜଣଙ୍କର ମୃତ୍ୟୁ ଘଟିଛି।
ହମାସ ବିରୋଧରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ ହମାସକୁ ନିପାତ କରିବା ପାଇଁ ଲଗାତାର ଆକ୍ରମଣ କରିଆସୁଛି। ଏହି ଯୁଦ୍ଧରେ ସମଗ୍ର ଗାଜା ଷ୍ଟ୍ରିପ୍ ଭଙ୍ଗାରୁଜାରେ ପରିଣତ ହୋଇଛି। ତେବେ ଏହା ସତ୍ତ୍ୱେ ହମାସ ଏଥିରୁ ବିରତ ହୋଇନାହିଁ। ଇସ୍ରାଏଲ ସେନା ଗାଜା ଛାଡିବାକୁ ହାମାସ ଦାବି କରିଛି। ବନ୍ଧକ ବଦଳରେ ପାଲେଷ୍ଟାଇନ କଏଦୀମାନଙ୍କୁ ମୁକ୍ତ କରିବାକୁ ସେ ଦାବି କରିଛନ୍ତି। ହମାସର ଦାବି ଉପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ହାମାସକୁ ସମ୍ପୂର୍ଣ୍ଣ ନିପାତ ନକରିବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ।
ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ ଗାଜା ଉପତ୍ୟକାଉପରେ କ୍ରମାଗତ ଆକ୍ରମଣ ଆରମ୍ଭ କରିଛି। ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୪୪,୪୦୦ରୁ ଅଧିକ ପାଲେଷ୍ଟାଇନ୍ ନିହତ ହୋଇଛନ୍ତି। ଏହାବ୍ୟତୀତ ଗାଜାର ଅଧିକାଂଶ ଜନସଂଖ୍ୟା ବିସ୍ଥାପିତ ହୋଇଛନ୍ତି। ଏହାର ଏକ ବଡ଼ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗାଜାର କାର୍ଯ୍ୟକାରୀ ମୁଖ୍ୟ ଖଲିଲ ଅଲ-ହାୟା କହିଛନ୍ତି ଯେ ଯୁଦ୍ଧ ଶେଷ ନହେବା ପର୍ଯ୍ୟନ୍ତ କୌଣସି କଏଦୀ ଅଦଳବଦଳ କରାଯିବ ନାହିଁ।
ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ଭାରତ ତଥା ବ୍ରିକସ୍ ରାଷ୍ଟ୍ରଙ୍କୁ ଚେତାବନୀ