ଭୁବନେଶ୍ୱର: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଶନିବାର ଭାରତ ତଥା ବ୍ରିକସ୍ ରାଷ୍ଟ୍ର ମାନଙ୍କୁ ଏକ କଡା ଚେତାବନୀ ଦେଇଛନ୍ତି। 'ସୋସିଆଲ ପ୍ଲାଟଫର୍ମ ଟ୍ରୁଥ' ମାଧ୍ୟମରେ ଟ୍ରମ୍ପ ପ୍ରକାଶ କରିଥିଲେ,' ରାଷ୍ଟ୍ରମାନଙ୍କର ଡଲାରକୁ ଅଣଦେଖା କରିବାସହ ଏହାର ବିକଳ୍ପ ପରିକଳ୍ପନା କରିବା ଦିନ ସରିଲା। ବ୍ରିକସ୍ ରାଷ୍ଟ୍ରଙ୍କ ଡଲାର ଠାରୁ ଦୁରେଇ ଯିବା ଓ ଏହାକୁ ନିରବ ଭାବେ ଆମେରିକା ଦେଖିବା ଦିନ ସରିଯାଇଛି।' ସେ ରାଷ୍ଟ୍ର ମାନଙ୍କ ଠାରୁ ବ୍ରିକସ୍ ମୁଦ୍ରା ତଥା ଡଲାରର ବିକଳ୍ପ ଉପରେ କାର୍ଯ୍ୟ ନକରିବା ଓ ଡଲାରର ପ୍ରଚଳନ ଜାରି ରଖିବା ପାଇଁ ଏକ ପ୍ରତିଶୃତି ଚାହାନ୍ତି। ନଚେତ ୧୦୦ ପ୍ରତିଶତ ତଣ୍ଡ ଗଣିବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି କହିଛନ୍ତି ଟ୍ରମ୍ପ।
ସୂଚନାଯୋଗ୍ୟ ଚଳିତ ବର୍ଷର ବ୍ରିକସ୍ ସମ୍ମିଳନୀ ରୁଷିଆର କାଜ଼ାନ ଠାରେ ଅକ୍ଟୋବର ମାସରେ ଅନୁଷ୍ଠିତ ହୋଇଯାଇଛି। ବ୍ରିକସ୍ ସମ୍ମିଳନୀରେ ମୁଖ୍ୟତଃ ଡଲାରର ବିକଳ୍ପ ତଥା ବ୍ରିକସ୍ ମୁଦ୍ରା ପ୍ରଚଳନ ତଥା ଆଞ୍ଚଳିକ ମୁଦ୍ରାର ଉପଯୋଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ମାତ୍ର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁନିଫାଇଡ଼ ପେମେଣ୍ଟ ସିଷ୍ଟମ କିମ୍ବା ସ୍ବିଫ୍ଟ ସିଷ୍ଟମ ସଂକ୍ରାନ୍ତରେ ଆଲୋଚନା କରୁଥିବାର ବିଷୟକୁ ଟାଳି ଦେଇଥିଲେ।