ଚିନଲେ: ଆମେରିକାରେ ଏକ ମେଡିକାଲ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଆକାଶରେ ଉଡ଼ୁଥିବା ସମୟରେ ନିଆଁ ପିଣ୍ଡୁଳା ହୋଇଯାଇଥିଲା। ଏହି ଘଟଣାରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ଦୁର୍ଘଟଣା ଉତ୍ତର ଆରିଜୋନାର ନାଭାଜୋ ଦେଶରେ ଦେଖାଯାଇଛି। ବିମାନରେ ୨ ଜଣ ପାଇଲଟ୍ ଏବଂ ୨ ଜଣ ସ୍ୱାସ୍ଥ୍ୟସେବା କର୍ମୀ ଉପସ୍ଥିତ ଥିଲେ, ଯାହାଙ୍କ ମୃତ୍ୟୁ ଘଟିଛି।
ଗଣମାଧ୍ୟମକୁ ପୋଲିସ କହିଛି, ଆରିଜୋନାର ନାଭାଜୋରେ ମେଡିକାଲ ସାମଗ୍ରୀ ପରିବହନ କରୁଥିବା ଏକ ବିମାନ ମଙ୍ଗଳବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛି। କ୍ଷୁଦ୍ର ବିମାନଟି ଜଣେ ରୋଗୀଙ୍କୁ ପରିବହନ କରିବା ପାଇଁ ବାହାରିଥିଲା, ଏହି ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା ବୋଲି ନାଭାଜୋ ରାଷ୍ଟ୍ରୀୟ ପୋଲିସ ସାମାଜିକ ଗଣମାଧ୍ୟମ ‘ଫେସ୍ବୁକ୍’ ମାଧ୍ୟମରେ ସୂଚନା ଦେଇଛି।
ପୋଲିସ କହିଛି ଯେ, ମଙ୍ଗଳବାର ମଧ୍ୟାହ୍ଣ ୧୨ଟା ୪୦ରେ ବିମାନଟି ଚିନଲେ ନିକଟରେ ବିମାନଟି ଦୁର୍ଘଟଣାର ସାମ୍ନା କରିଥିଲା। ଏହି ବିମାନ ବିଚ୍କ୍ରାଫ୍ଟ ୩୦୦ ଥିଲା ବୋଲି ଜାତୀୟ ପରିବହନ ସୁରକ୍ଷା ବୋର୍ଡ (ଏନ୍ଟିଏସ୍ବି) ସୂଚନା ଦେଇଛି। ଏନ୍ଟିଏସ୍ବି ଘଟଣାର ତଦନ୍ତ କରିଛି।
ଅଧିକ ପଢ଼ନ୍ତୁ: କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ