ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ସେଥିପାଇଁ "ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ'' ଭାବେ ପ୍ରତିବର୍ଷ ଡିସେମ୍ବର ୯ ତାରିଖକୁ ପାଳନ କରାଯାଏ । ୨୦୦୩ ମସିହାରେ ମିଳିତ ଜାତିସଂଘର ଦୁର୍ନୀତି ବିରୋଧରେ ସମ୍ମିଳନୀ ହେବା ପରଠାରୁ ଆଜିର ଦିନକୁ ପାଳନ କରାଯାଉଛି । ଆଜିର ଦିନରେ ବିଭିନ୍ନ ସଭା ସମିତିର ଆୟୋଜନ କରାଯାଇ ଦୁର୍ନୀତିକୁ କିପରି ରୋକାଯାଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଇଥାଏ । ଦୁର୍ନୀତି ନିବାରଣ ପାଇଁ ଜନସଚେତନତା ସୃଷ୍ଟି କରିବା ସହିତ ବିଭିନ୍ନ ଜିନିଷ ଉପରେ ଅବଗତ କରାଇବା । ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଆଜିର ଦିନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଆମେରିକାର ସାଧାରଣ ବିଧାନସଭାରେ ଆଜିର ଦିନର ଉନ୍ମୋଚନ କରାଯାଇଥିଲା । ଦୁର୍ନୀତି ବିରୋଧରେ ପ୍ରତିବନ୍ଧକ ଲଗାଇବା ପାଇଁ ଆଜିର ଦିନ ପାଳନ କରାଯାଏ ।
ଆଗକୁ ପଢ଼ନ୍ତୁ : ଆଜି ହେଉଛି " ବିଶ୍ଵ ଏଡସ୍ ଦିବସ "