ଗଞ୍ଜେଇ ଗଛ ଖାଇ ନିଶାରେ ଡେଇଁଲେ ମେଣ୍ଢାପଲ । ଅଳ୍ପ ଦିନ ତଳେ ଗ୍ରୀସ୍ର ଥେସଲି ଅନ୍ତର୍ଗତ ଅଲ୍ମିରୋସ୍ ନଗରୀରେ ପଲେ ଭୋକିଲା ମେଣ୍ଢା ଗୋଟାଏ ‘ଗ୍ରିନ୍ ହାଉସ୍’ ଭିତରେ ଲଗାଯାଇଥିବା ପ୍ରାୟ ୧୦୦ କିଲୋ ଓଜନର ଗଞ୍ଜେଇ ଗଛ ଖାଇଯାଇଥିବାର ଜଣାପଡିଛି । ମେଣ୍ଢାପଲ ଭୋକିଲା ଥିବାରୁ ଗଞ୍ଜେଇ ଗଛ ଗୁଡା ଖାଇଦେଇଥିଲେ ଓ ପରେ ନିଶା ହେଇଜିବାରୁ ଡେଇଁବାକୁ ଲାଗିଥିଲେ ।
ଗ୍ରୀସ୍, ଲିବ୍ୟା, ତୁର୍କୀ ଓ ବୁଲ୍ଗେରିଆ ଉପର ଦେଇ ସାମୁଦ୍ରିକ ବାତ୍ୟା ଡାନିଏଲ୍ ପ୍ରବାହିତ ହେବା ପରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ଉକ୍ତ ମେଣ୍ଢାପଲ ସେ ‘ଗ୍ରିନ୍ ହାଉସ୍’ ନିକଟରେ ଆଶ୍ର ୟ ନେଇଥିଲେ । ଭୋକରେ ଆତୁର ହୋଇ ସେ ମେଣ୍ଢାପଲ ‘ଗ୍ରିନ୍ ହାଉସ୍’ ଭିତରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ନିମନ୍ତେ ଚାଷ କରାଯାଇଥିବା ଉକ୍ତ ଗଞ୍ଜେଇଗଛ ସବୁ ଚୋବାଇ ଖାଇ ଦେଇଥିଲେ। ପ୍ରଥମେ ଏକଥା ଜାଣି ନ ଥିବା ମେଣ୍ଢାପଲ ମାଲିକ ମେଣ୍ଢାମାନଙ୍କର ବିଚିତ୍ର ଆଚରଣ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମେଣ୍ଢାମାନେ ଛେଳିମାନଙ୍କଠାରୁ ଅଧିକ ଉଚ୍ଚକୁ କୁଦାମାରୁଥିଲେ, ଯାହା କେବେ ମେଣ୍ଢାମାନଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ ବୋଲି ସେ ଏକ ସ୍ଥାନୀୟ ‘ରେଡିଓ ପ୍ରଜଯୋକ’ଙ୍କୁ କହିଛନ୍ତି। ‘ଗ୍ରିନ୍ ହାଉସ୍’ର ମାଲିକ କହିଛନ୍ତି, ଏଥିରେ ହସିବି ନା, କାନ୍ଦିବି ଜାଣି ପାରୁନାହିଁ । ଏଠାରେ ଗ୍ରୀଷ୍ମ ପ୍ରବାହ ହେବାରୁ ଆମର ବହୁତ ଗଞ୍ଜେଇଗଛ ମରିଯାଇଥିଲା । ପରେ ପରେ ବନ୍ୟା ଆସିବାରୁ ଆହୁରି କିଛି ଗଛ ନଷ୍ଟ ହୋଇଗଲା। ଆଉ ଯାହା କିଛି ବଞ୍ଚିଥିଲା ମେଣ୍ଢାପଲ ପଶି ଖାଇଗଲେ। ଗୋଟେପଟେ ତାଙ୍କର ଗଞ୍ଜେଇ ଗଛ ସବୁ ସଫା ହେଇଯାଇଛି ଅନ୍ୟ ପଟେ ମେଣ୍ଢାପଲଙ୍କ ଏଭଳି ଆଚରଣରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।
ଅଧିକ ପଢନ୍ତୁ :ଭାରତ ମହାସାଗରରେ ପଶିଲା ଚୀନର ଗୁପ୍ତଚର ଜାହାଜ ସି ୟାନ୍ ୬