ଚୀନର ଗୁପ୍ତଚର ଜାହାଜ ସି ୟାନ୍ ୬ ଭାରତର ଭାରତ ମହାସାଗରରେ ପ୍ରବେଶ କରିସାରିଛି । ଦିନକୁ ଦିନ ଚୀନର ଗୁପ୍ତ ଓ ମନ୍ଦବୁଦ୍ଧି କାମ ବଢ଼ିବାରେ ଲାଗିଛି । ଭାରତ ଯେତେ ଉନ୍ନତି ଆଡକୁ ଅଗ୍ରସର ହେଉଛି ଚୀନ ସେତେ ଭାରତ ଉପରେ ନଜର ରଖିବା ପାଇଁ ଗୁପ୍ତଚରର ବ୍ୟବହାର କରୁଛି । ଚୀନର ଗୁପ୍ତଚର ଜାହାଜ ସି ୟାନ୍ ୬ ଭାରତ ମହାସାଗର ପହଞ୍ଚି ଭାରତ ଆଡକୁ ଅଗ୍ରସର ହେଉଥିବାର ସୂଚନା ମିଳିଛି । ଚୀନର ଏହି ଗୁପ୍ତଚର ଜାହାଜ ଜାତୀୟ ଜଳ ସମ୍ପଦ ଅନୁସନ୍ଧାନ ଏବଂ ବିକାଶ ଏଜେନ୍ସି ସହ ମିଶି ଅନୁସନ୍ଧାନ କରିବ ବୋଲି ସୂଚନା ମିଳିଛି । ଉକ୍ତ ଜାହାଜଟି ଭାରତ ମହାସାଗରର ମଧ୍ୟ ଭାଗରେ ୯୦ ଡିଗ୍ରୀ ପୂର୍ବ ଦ୍ରାଘିମା ଉପରେ ରହି ଲଗାତର ଭାବରେ ଶ୍ରୀଲଙ୍କା ଆଡ଼କୁ ଗତି କରୁଛି । ୨୦୨୨ ମସିହାରେ ଏହି ଗୁପ୍ତଚର ଜାହାଜଟି ପୂର୍ବ ଭାରତ ମହାସାଗରରେ ପ୍ରଥମ ଯାତ୍ରା ଆରମ୍ଭ କରିଥିଲା ।
ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀଙ୍କର ସୂଚନା ଅନୁସାରେ, ଭାରତର ସୁରକ୍ଷା ଦୃଷ୍ଟିରୁ କଲମ୍ବୋ ଚୀନର ଗୁପ୍ତଚର ଜାହାଜ ସି ୟାନ୍ ୬କୁ ଶ୍ରୀଲଙ୍କା ନିକଟକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ଯଦି ଚୀନର ଏହି ଜାହାଜ ଶ୍ରୀଲଙ୍କାର ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ଅନୁସରଣ କରିବ ତେବେ ଶ୍ରୀଲଙ୍କାର କୌଣସି କ୍ଷତି ହେବ ନାହିଁ । ସାରା ବିଶ୍ଵରେ ଚୀନ ଗୁପ୍ତ ଭାବରେ ଅନ୍ୟ ଦେଶର ଗୁପ୍ତ ତଥ୍ୟ ସଂଗ୍ରହ କରିବାରେ ନିଜର ପରିଚୟ ସୃଷ୍ଟି କରିଛି । ଚୀନ ଯେତେ ଉନ୍ନତ ଧରଣର କାର୍ଯ୍ୟ କଲେ ବି ନିଜ ପ୍ରକୃତିରୁ କେବେ ବି ସେ ନିବୃତ୍ତ ହୋଇନାହିଁ । ଭାରତ ବିଷୟରେ ଗୁପ୍ତ ତଥ୍ୟ ପାଇବା ପାଇଁ ଚୀନ ନିଜର ଗୁପ୍ତଚର ଜାହାଜକୁ ଭାରତ ମହାସାଗରରେ ନିଯୁକ୍ତି କରିଛି ।
ଆଗକୁ ପଢ଼ନ୍ତୁ : ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ : ବର, କନ୍ୟାଙ୍କ ସହିତ ଚାଲିଗଲା ୧୦୦ରୁ ଅଧିକ ଲୋକଙ୍କର ଜୀବନ