ପାକିସ୍ତାନର କୁଚକ୍ରାନ୍ତ, ଭାରତୀୟ ସୁରକ୍ଷାବାହିନୀ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ
Khabar Odisha:Terrorist-attack-on-Indian-security-forces
ଶ୍ରୀନଗର, ନଭେମ୍ବର ୨୬( ଖବର ଓଡ଼ିଶା):

ଜାମ୍ମୁ କାଶ୍ମୀରରେ ଶ୍ରୀନଗରରେ ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ଖୁସପୋରା ଅଞ୍ଚଳରେ ସୁରକ୍ଷା ବାହିନୀର ଗ୍ରେନେଡ ଫିଙ୍ଗିଛନ୍ତି । ଏହି ଆକ୍ରମଣରେ ୨ ସୁରକ୍ଷା କର୍ମୀ ଆହତ ହୋଇଥିବା ଜଣାପଡିଛି । ପୋଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଅବରୋଧ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ଏହାପୂର୍ବରୁ ଶନିବାର ଦିନ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ରାଜୌରୀର ନୋଶେରା ସେକ୍ଟରରେ ଭାରତୀୟ ସେନା ପୋଷ୍ଟକୁ ଟାର୍ଗେଟ କରି ପାକିସ୍ତାନ ପକ୍ଷରୁ ଗୁଳି ବିନିମୟ କରାଯାଇଥିଲା। ଏହି ଗୁଳିରେ ଜଣେ ସୈନିକ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ଦେଶ୍ୟରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ପାକିସ୍ତାନ ୪୧୩୭ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହାପୂର୍ବରୁ ଆତଙ୍କବାଦୀମାନେ ଜାମ୍ମୁ ଅଞ୍ଚଳରେ ଅନେକ ଘଟଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଭାରତୀୟ ସେନା ଜାମ୍ମୁ କାଶ୍ମୀରର ନାଗ୍ରୋଟା ଅଞ୍ଚଳରେ ଏକ ଟ୍ରକରେ ଲୁଚି ରହିଥିବା ଚାରିଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ଏହି ସମସ୍ତ ଆତଙ୍କବାଦୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଜଡିତ ଥିଲେ। ଏହି ଘଟଣା ପରଠାରୁ ପାକିସ୍ତାନ ଆଶ୍ଚର୍ଯ୍ୟ ହୋଇ ଭାରତୀୟ ସେନାକୁ ନିରନ୍ତର ଟାର୍ଗେଟ କରୁଛି।

  • Tags:

Subscribe

National International State Sports Entertainment