ନୂଆଦିଲ୍ଲୀ: ରୁଷ ବେଲାରୁଷ ସହ ମିଳିତ ସାମରାଭ୍ୟାସ ଜାପଦାରେ ଭାରତର ଭାଗିଦାରୀକୁ ନେଇ ୟୁରୋପର ଚିନ୍ତାକୁ ସଂପୂର୍ଣ୍ଣ ଭାବେ ଖାରଜ କରିଛି । ରୁଷ ସ୍ପଷ୍ଟ ଶବ୍ଦରେ କହିଛି ଯେ, ଭାରତ ଏକ ଶକ୍ତିଶାଳୀ ଦେଶ ଏବଂ ପାଶ୍ଚାତ୍ୟ ଦେଶଗୁଡିକୁ ଏହି ପରି ହାସ୍ୟାସ୍ପଦ କଥା କହିବା ଉଚିତ୍ ନୁହେଁ । ରୁଷ ବିଦେଶ ମନ୍ତ୍ରଣାଳୟର ଏହି ପ୍ରତିକ୍ରିୟା ଏମିତି ସମୟରେ ଆସିଛି ଯେବେ ୟୁରୋପୀୟ ସଂଘ ଭାରତର ମିଳିତ ସମରାଭ୍ୟାସରେ ଭାଗିଦାରୀ ଉପରେ ଚିନ୍ତା ପ୍ରକାଶ କରିଛି । ୟୁରୋପୀୟ ସଂଘ କହିଛି ଯେ, ଭାରତର ରୁଷ ସହ ନିକଟତର ସମ୍ବନ୍ଧକୁ ବିପଦରେ ପକାଇପାରେ ।
ଏହା ଉପରେ ରୁଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିୟା ଖଜାରୋଭା ଗୁରୁବାର କହିଛନ୍ତି ଯେ, ପାଶ୍ଚାତ୍ୟ ଦେଶଗୁଡିକ ଆଉ କେବେ ବୁଝି ପାରିବେ ଯେ, ଭାରତ ପରି ଶକ୍ତି ଉପରେ ହୁକୁମ ଚଲାଇବାର ଉଦ୍ୟମ କରିବା ନିରର୍ଥକ ଏବଂ ହାସ୍ୟାସ୍ପଦ । ସେ ୟୁରୋପର ଚିନ୍ତାକୁ ନିରାଧାର ଦର୍ଶାଇ କହିଛନ୍ତି ଯେ, ରୁଷ ଓ ଭାରତ ମଧ୍ୟରେ ମଜବୁତ ସଂପର୍କ କେବେ ଦୁର୍ବଳ ହେବ ନାହିଁ ।
ପାଞ୍ଚ ଦିନ ଧରି ଚାଲିଥିବା ଏହି ସମରାଭ୍ୟାସ ଜାପଦା ୨୦୨୫ର ସମାପନ ମଙ୍ଗଳବାର ହୋଇଛି । ଏଥିରେ ରୁଷ ନିଜର ସାମରିକ ପରମାଣୁ ହତିଆରର ପରୀକ୍ଷଣ କରିଥିଲା । ଏହି ଅଭ୍ୟାସରେ ରୁଷର ଅରୋସ୍ନିକ ହାଇପରସୋନିକ ମିସାଇଲର ମଧ୍ୟ ଝଲକ ଦେଖିବାକୁ ମିଳିଥିଲା । ଏହାର ପରୀକ୍ଷଣ ଗତ ବର୍ଷ ୟୁକ୍ରେନ ଯୁଦ୍ଧ ସମୟରେ ହୋଇଥିଲା ।
Also read: ବିଷ୍ଣୁଙ୍କ ମୂର୍ତ୍ତିର ମୁଣ୍ଡ ଭଙ୍ଗା ଯାଇଥିଲା କିମ୍ବା ଅଧୁରା ରହିଛି ? ସିଜେଆଇଙ୍କ ଟିପ୍ପଣୀକୁ ନେଇ ଜୋର ଧରିଲା ବିବାଦ