ନୂଆଦିଲ୍ଲୀ: ଏବେ ସାରା ବିଶ୍ୱ ଭାରତର ପରମ୍ପରାକୁ ଆପଣାଇବାରେ ଲାଗିଛି । ସେ ଦୀପାବଳି ହେଉକି ହୋଲି, ପୁରା ଦୁନିଆ ଏହାକୁ ପାଳନ କରୁଛି । ଆଜି ଭାରତ ସମେତ ବିଶ୍ୱର କୋଣ ଅନୁକୋଣରେ ପାଳନ ହେଉଛି ହୋଲି । ଆଉ ଏଥିରେ ସାମିଲ ହୋଇ ହୋଲିର ରଙ୍ଗରେ ରଙ୍ଗେଇ ହୋଇଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ।
ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ହୋଲି ଖେଳିଛନ୍ତି । ବେଗରେ ଉତ୍ତରୀୟ ପକାଇ ହାତରେ ପିଚକାରୀ ଧରି ବେଶ ମଜା ନେଉଛନ୍ତି । ନ୍ୟଜୁଲାଣ୍ଡର ଏକ ଇସ୍କନ ମନ୍ଦିରରେ ଗୁରୁବାର ହୋଲିର ମହୋତ୍ସବ ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ହୋଲି ଖେଳିଛନ୍ତି । ଏହି ହୋଲି ସମାରୋହରେ ବହୁତ ପ୍ରବାସୀ ଭାରତୀୟ ସାମିଲ ହୋଇଛନ୍ତି । ନାଚ ଗୀତରେ ପୂରା ହୋଲିର ଆସର ଜମି ଥିଲା ।