ଚୀନରେ ଦ୍ରୁତ ଗତିରେ ବ୍ୟାପି ଚାଲିଛି ନିମୋନିଆ । ଆଉ ଏହି ରୋଗର ଶିକାର ହେଉଛନ୍ତି ପିଲାମାନେ । ଧୀରେ ଧୀରେ ଏହି ରୋଗ ଚୀନବାସୀମାନଙ୍କର ଚିନ୍ତାର କାରଣ ପାଲଟିଗଲାଣି । ଏହି ସ୍ଥିତିରେ ସୁଧାର ଆଣିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ବିଭିନ୍ନ ସଚେତନତାର ସହିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଗତ ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କିପରି ଏହି ରୋଗର ସଂକ୍ରମଣ ଆଗକୁ ନ ବଢିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କଟକଣା ଲାଗୁ କରାଯାଇଛି ।
କୋଭିଡ-୧୯ର ଆରମ୍ଭ ଚୀନ ଦେଶରୁ ହୋଇଥିଲା ଆଉ ଏହି ରୋଗ ତାର କରାଳ ଛାୟା ସାରା ବିଶ୍ଵରେ ଛାଇଦେଇଥିଲା । ଏହି ରୋଗର ପୀଡିତ ଥିବା ରୋଗୀମାନଙ୍କ ପାଇଁ ଡାକ୍ତରଖାନାରେ ସ୍ୱତନ୍ତ୍ର ସୁବିଧା ସୁଯୋଗ କରାଯିବା ସହିତ କିପରି ଜଣଙ୍କ ଠାରୁ ଆଉ ଜଣଙ୍କୁ ଏହି ରୋଗ ସଂକ୍ରମଣ ନ ହୁଏ ସେଥିପ୍ରତି ମଧ୍ୟ ବିଶେଷ ଦୃଷ୍ଟି ଦିଆଯାଉଛି ବୋଲି ସୂଚନା ମିଳିଛି । ଏହି ରୋଗର ପୀଡିତ ଥିବା ରୋଗୀମାନଙ୍କର ନାକ ଏବଂ ଗଳାର ସ୍ବାବ୍ କୁ ସଂଗ୍ରହ କରି ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଇବା ପାଇଁ ରାଜ୍ୟ ସରକାରମାନଙ୍କୁ ସୂଚନା ଦିଆଯାଇଛି । ଯେପରି କୋଭିଡ-୧୯ ମହାମାରୀ ଭାବରେ ସାରା ବିଶ୍ଵକୁ ମାଡ଼ିବସିଥିଲା ସେହିପରି ଭାବରେ ଯେପରି ନିମୋନିଆ ସାରା ବିଶ୍ଵରେ ନ ବ୍ୟାପୁ ।
ଆଗକୁ ପଢ଼ନ୍ତୁ : କର୍ତାରପୁର ସାହେବ ଗୁରୁଦ୍ୱାରରେ ମାଂସ ପାର୍ଟି ଅଭିଯୋଗ