ପ୍ୟାରିସ: ଗାଜାରେ ଇସ୍ରାଏଲର ଆକ୍ରମଣର ପ୍ରଥମ ବାର୍ଷିକୀର ଦୁଇ ଦିନ ପୂର୍ବରୁ ପାଲେଷ୍ଟାଇନ ସମର୍ଥକମାନେ ବିଶ୍ୱର ଅନେକ ପ୍ରମୁଖ ସହରରେ ଏକାଠି ହୋଇଥିଲେ ଏବଂ ଗାଜାରେ ଅସ୍ତ୍ରବିରତି ଦାବି କରିଛନ୍ତି। ଗାଜାରେ ପାଲେଷ୍ଟାଇନ ଉପରେ ଆକ୍ରମଣ ବନ୍ଦ କରିବା ଦାବିରେ ଲଣ୍ଡନରେ ୪୦,୦୦୦ ପାଲେଷ୍ଟାଇନ୍ ସମର୍ଥକ ପଦଯାତ୍ରା କରିଛନ୍ତି। ପ୍ୟାରିସ, ରୋମ, ମାନିଲା, କେପଟାଉନ ଏବଂ ଅନ୍ୟାନ୍ୟ ସହରରେ ମଧ୍ୟ ସମାନ ପ୍ରକାରର ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ବିକ୍ଷୋଭକାରୀମାନେ କହିଛନ୍ତି, ଗାଜାରେ ଗଣହତ୍ୟା ରୋକିବା ପ୍ରୟାସ ଏପର୍ଯ୍ୟନ୍ତ ବିଫଳ ହୋଇଛି, ତେଣୁ ଏକାଠି ହୋଇ ଅଧିକ ଗମ୍ଭୀର ଉଦ୍ୟମର ଆବଶ୍ୟକତା ରହିଛି। ଅକ୍ଟୋବର ୭ ରେ ବିଶ୍ୱର ବିଭିନ୍ନ ସହରରେ ପାଲେଷ୍ଟାଇନ ସମର୍ଥକ ବିକ୍ଷୋଭ ଏବଂ ଶୋଭାଯାତ୍ରା ଘୋଷଣା କରାଯାଇଛି, ଯାହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।
ଅକ୍ଟୋବର ୭, ୨୦୨୩ରେ ହମାସ ଏବଂ ଅନ୍ୟ ପାଲେଷ୍ଟାଇନ୍ ସଶସ୍ତ୍ର ସଂଗଠନର ଲଢୁଆମାନେ ଇସ୍ରାଏଲ ଉପରେ ଆକ୍ରମଣ କରି ସେଠାରେ ୧୨୦୦ ଲୋକଙ୍କୁ ହତ୍ୟା କରିଥିଲେ ଏବଂ ୨୫୦ ଜଣଙ୍କୁ ଅପହରଣ କରି ବନ୍ଧକ ରଖିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦୦ ଜଣ ଏବେ ବି ଗାଜାରେ ରହିଛନ୍ତି।
ଅଧିକ ପଢ଼ନ୍ତୁ: ଚେନ୍ନାଇ ବିମାନବନ୍ଦରର ରନୱେରେ ଫାଟିଲା ବିମାନର ଟାୟାର