କ୍ବେଟା: ପାକିସ୍ତାନୀ ସେନା କେବଳ ଜୁନ୍ ମାସରେ ବେଲୁଚିସ୍ତାନର ୧୨ଟି ଜିଲ୍ଲାରେ ୫୪ ବେଲୁଚ ନାଗରିକଙ୍କୁ ବନ୍ଧକ ରଖିଛି। ଏକ ରିପୋର୍ଟ ଅନୁସାରେ ପାକିସ୍ତାନର ବେଲୁଚିସ୍ତାନରେ ଲୋକଙ୍କୁ ବଳପୂର୍ବକ ନିଖୋଜ କରାଇବା ଘଟଣା ବଢ଼ିବାରେ ଲାଗିଛି।
ବେଲୁଚ ନ୍ୟାସନାଲ ମୁଭମେଣ୍ଟ (ବିଏନ୍ଏମ୍)ର ଏକ ମାନବାଧିକାର ସଂସ୍ଥା ରବିବାର ଜାରି କରିଥିବା ମାସିକ ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନରେ ବେଲୁଚ ସଂପ୍ରଦାୟର ଲୋକଙ୍କ ମାନବାଧିକାର ଉପରେ ହସ୍ତକ୍ଷେପ କରାଯାଉଛି। ପାକିସ୍ତାନ ଉପରେ ଅଭିଯୋଗ ଆଣିଛି ଯେ, ବେଲୁଚିସ୍ତାନର ୧୨ଟି ଜିଲ୍ଲାରେ ୫୪ ଜଣ ବେଲୁଚ ନାଗରିକଙ୍କୁ ବନ୍ଧକ ରଖାଯାଇଛି।
ଏହାରି ମଧ୍ୟରେ ପାକିସ୍ତାନର କ୍ବେଟାର ସାରିୟାବ ରୋଡରୁ ଜହୀର ବଲୋଚଙ୍କ ବଳପୂର୍ବକ ନିଖୋଜ ନେଇ ବେଲୁଚିସ୍ତାନରେ କ୍ରମାଗତ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହା ବ୍ୟତୀତ ଏକ ଅନ୍ୟ ବ୍ୟବସାୟୀଙ୍କ ଅପହରଣ ବିରୋଧରେ ବ୍ରିଟେନ୍ର ରାଜଧାନୀ ଲଣ୍ଡନର ରାଜରାସ୍ତାରେ ମଧ୍ୟ ସ୍ବର ଉଠିଛି।