ମେଡିସିନ ତିଆରି କରିଥିବା ପାଇଁ ମିଳିବ ନୋବେଲ ପୁରସ୍କାର । ୨୦୧୯ ମସିହାରେ ସାରା ବିଶ୍ୱ ଉପରେ ପ୍ରଭାବ ପକାଇଥିଲା କୋଭିଡ-୧୯ । କୋଭିଡ-୧୯ର ପ୍ରଭାବ ଏତେ ବ୍ୟାପିଯାଇଥିଲା ଯେ, ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ସାରା ବିଶ୍ୱରୁ ତାର ପ୍ରଭାବ ଯାଇନଥିଲା । ଏବେ ବି ଲୋକମାନେ ତା ନାଁ ଶୁଣିଲେ ଭୟ କରୁଛନ୍ତି । ଏହି ମହାମାରୀର ପ୍ରଭାବରେ କେତେ ଲୋକ ନିଜ ଆତ୍ମୀୟ ଲୋକଙ୍କୁ ମଧ୍ୟ ହରାଇଛନ୍ତି । ଏହି ମହାମାରୀ କୁ ସାରା ବିଶ୍ୱରୁ ଦୂରେଇ ଦେବାପାଇଁ ନିଜର ସବୁ ଜ୍ଞାନ, କୌଶଳ ଲଗେଇ ଏମଆରଏନଏ ଭ୍ୟାକ୍ସିନ ବିକଶିତ କରିଥିଲେ । ଆଉ ଏହି କୋଭିଡ ଭ୍ୟାକି୍ସନ ତିଆରି କରିଥିବା ଆମେରିକାର ଦୁଇ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।
୨୦୨୩ ମସିହାରେ ମେଡିସିନ ପାଇଁ ନୋବେଲ ପୁରସ୍କାର ଦୁଇ ବୈଜ୍ଞାନିକ କ୍ୟାଟଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ମିଳିବ ବୋଲି ଘୋଷଣା କରାଯାଇଛି । କୋଭିଡ-୧୯ର ଭୟଙ୍କ ପ୍ରଭାବର ବିସ୍ତାରରେ ରୋକ ଲଗାଇବା ପାଇଁ ଦୁଇ ବୈଜ୍ଞାନିକ ଭ୍ୟାକ୍ସିନ ପ୍ରସ୍ତୁତ କରିଥିଲେ । ଯେତେବେଳେ କୋଭିଡର କୌଣସି ଉପଚାର ନ ଥିଲା ସମସ୍ତେ ନିଜ ଜୀବନ ବଞ୍ଚେଇବା ପାଇଁ ସରକାରଙ୍କ ଦ୍ୱାରା ଘୋଷଣା କରାଯାଉଥିବା ଗାଇଡଲାଇନ ହିଁ ମାନୁଥିଲେ । ସେତେବେଳେ ନିଜ ବୈଜ୍ଞାନିକ ବୁଦ୍ଧିର ପ୍ରୟୋଗ କରି ତିଆରି କରିଥିଲେ ଭ୍ୟାକ୍ସିନ । କୋଭିଡକୁ ସାରା ବିଶ୍ଵ ଠାରୁ ଦୂରେଇଦେବା ପାଇଁ ଥିଲା ଏକ ଭିନ୍ନ ପ୍ରୟାସ । ଆଉ ତାଙ୍କର ସେହି ମହାନ କାମ ପାଇଁ ତାଙ୍କୁ ନୋବେଲ ପୁରସ୍କାରରେ ପୁରସ୍କୃତ କରାଯିବ ।
ଆଗକୁ ପଢ଼ନ୍ତୁ : ମ୍ୟାଲେରିଆ ଟିକାକୁ ମିଳିଲା ମଞ୍ଜୁରୀ