ମ୍ୟାଲେରିଆ ଟିକାକୁ ମିଳିଲା ମଞ୍ଜୁରୀ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମ୍ୟାଲେରିଆ ଟିକାକୁ ମଞ୍ଜୁରୀ ପ୍ରଦାନ କରିଛି ।
ସୂଚନା ଅନୁସାରେ , ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକୃତି ପ୍ରଦାନ କରିଛି । ଏହି ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି କି ଏହି ଟିକାର ପ୍ରି-କ୍ଲିନିକାଲ ଟେଷ୍ଟ ଓ କ୍ଲିନିକାଲ ଟେଷ୍ଟରର ପରିସଂଖ୍ୟାନ ଆଧାରରେ ଏହାକୁ ମଞ୍ଜୁରୀ ମିଳିଛି । ପିଲାମାନଙ୍କୁ ମ୍ୟାଲେରିଆ ରୋଗରୁ ଏହା ରକ୍ଷା କରିବ ବୋଲି ଜଣାପଡିଛି । ଏହି ଟିକାର ପରୀକ୍ଷଣ ୪ଟି ଦେଶରେ ସଫଳ ହୋଇଛି । ଏହା ହେଉଛି ମଞ୍ଜୁରୀପ୍ରାପ୍ତ ଦ୍ୱିତୀୟ ଟିକା । ଏବେ ଆଉ ମ୍ୟାଲେରିଆରେ ଜୀବନ ଯିବନାହିଁ । କାହିଁକି ନାଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱିତୀୟ ମ୍ୟାଲେରିଆ ଭ୍ୟାକ୍ସିନକୁ ଅନୁମୋଦନ ଦେଇସାରିଛି । ସେରମ ଇନିଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଟିକା ଆର୨୧/ ମ୍ୟାଟ୍ରିକ୍ସ-ଏମକୁ ‘ହୁ’ର ମଞ୍ଜୁରୀ ମିଳିଛି ।
ଆଗକୁ ପଢନ୍ତୁ :- ଆମାଜନରେ ମଲେଣି ୧୦୦ରୁ ଅଧିକ ଡଲଫିନ