ରହସ୍ୟ ଘେରରେ ବୋଟସୱାନାର ହାତୀ ମୃତ୍ୟୁ
Khabar Odisha:Mysterious-Botswana-elephant-dies
ନୂଆଦିଲ୍ଲୀ, ଜୁଲାଇ ୦୪ (ଖବର ଓଡ଼ିଶା):

ବୋଟସୱାନାରେ ଦିନକୁ ଦିନ ହାତୀର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ କଣ ପାଇଁ ଏହି ହାତୀଙ୍କ ମୃତ୍ୟୁ ଘଟୁଛି ତାହା ଏବେ ରହସ୍ୟ ଘେରରେ । 

ଏକ ମିଡ଼ିଆ ରିପୋର୍ଟରୁ ଜଣାପଡିଛି ଯେ ଏହି କିଛି ଦିନ ମଧ୍ୟରେ ଏହି ଅଞ୍ଚଳରେ ପାଖାପାଖି 350 ରୁ ଉର୍ଦ୍ଧ ହାତୀ ମୃତ୍ୟୁ ବରଣ କରିସାରିଲେଣି ।ତେବେ ଲ୍ୟାବରୁ ଆସିଥିବା ରିପୋର୍ଟରେ ମଧ୍ୟ ଏହାର କାରଣ ଜଣାପଡୁନାହିଁ ।

ଯଦି କୌଣସି ଶିକାରୀ ଦ୍ୱାରା ଏହି ହାତୀର ମୃତ୍ୟୁ ହେଉଥାନ୍ତା ତେବେ ହାତୀର ମୃତ ଶରୀରରୁ କିଛିବି ଅଙ୍ଗ ଚୋରି ହେଉଥିବାର ଦେଖିବାକୁ ମିଳୁନାହିଁ ।ତେବେ ଏହି ପରିସ୍ଥିତିରେ ଏହି ହାତୀ ମୃତ୍ୟୁ ରହସ୍ୟ ଘେରରେ । ଗତବର୍ଷ ଏହି ଅଞ୍ଚଳରୁ ମଧ୍ୟ ଶତାଧିକ ହାତୀ ମୃତ୍ୟୁ ବରଣ କରିଥିଲେ ।

  • Tags:

Subscribe

National International State Sports Entertainment