ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ବିରତିରେ ପାକିସ୍ତାନର ଭୂମିକାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସ୍ତ୍ରବିରତି ବାର୍ତ୍ତାରେ ପାକିସ୍ତାନର ନାଁ ଉଲ୍ଲେଖ କରିଥିବା ବେଳେ ଅନ୍ୟପଟେ ଇରାନର ବିଦେଶ ମନ୍ତ୍ରୀ ଅବାସ ଅରାଘଚି ବୁଝାମଣାକୁ ନେଇ ଜାରି ସନ୍ଦେଶରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଓ ସେନା ପ୍ରମୁଖଙ୍କୁ ଧନ୍ୟବାଦ ଦେଇଛନ୍ତି । ଏମିତିରେ ପ୍ରଶ୍ନ ଉଠୁଛି ଯେ, ପାକିସ୍ତାନ ଏହି ପୂରା ପ୍ରକ୍ରିୟାରେ କେଉଁ ଧରଣର ଭୂମିକା ନିର୍ବାହ କରିଥିଲା ।
କେମିତି ହେଲା ଅସ୍ତ୍ରବିରତି ?
ଆମେରିକା ମିଡିଆ ଆଉଟଲେଡ ଏକ୍ସିୟୋସେସ ହ୍ୱାଇଟ ହାଉସ ସୂତ୍ରୁ ଜଣାଇଛିେ ଯ, ଯୁଦ୍ଧବିରତିକୁ ନେଇ ଏକ ରିପୋର୍ଟ ରହିଛି । ଏହା ମୁତାବକ ଇରାନ ସୋମବାର ଏକ ୧୦ ସୂତ୍ରୀୟ ପ୍ରସ୍ତାବ ପଠାଇଥିଲା । ଏହା ଉପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦୂତ ଷ୍ଟିଭ ୱିଟକଫ କ୍ରୋଧିତ ହୋଇଥିଲେ । ଆମେରିକାର ମଧ୍ୟସ୍ଥ କୌଣସି ବି ପ୍ରକାରେ ଟ୍ରମ୍ପଙ୍କ ଆକ୍ରମଣ କରିବାର ଡେଡଲାଇନ ଘୁଞ୍ଚାଇବାକୁ ଚାହୁଁଥିଲେ।
ଆସୋସିଏଟ ପ୍ରେସ ମୁତାବକ ଏଥିପାଇଁ ଉପରାଷ୍ଟ୍ରପତି ଜେଡି ଭାନ୍ସ ଚୀନର ସହାୟତା ଲୋଡିଥିଲେ । ଚୀନ ଇରାନ ସହ ଯୋଗାଯୋଗ କରିଥିଲା ଏବଂ ଟିକେ ନରମ ହେବାକୁ ପରାମର୍ଶ ଦେଇଥିଲା । ଏହା ପରେ ୧୦ ସୂତ୍ରୀୟ ପ୍ରସ୍ତାବରେ କିଛିଟା ପରିବର୍ତ୍ତନ କରାଗଲା । ପରିବର୍ତ୍ତନରେ ସର୍ବପ୍ରଥମେ ଏହା ସ୍ଥିର କରାଗଲା ଯେ, ଆମେରିକା ଇରାନ ଉପରେ ହମଲା କରିବ ନାହିଁ । ବଦଳରେ ଇରାନ ହର୍ମୁଜକୁ ଖୋଲି ଦେବ ।
ଏହା ଉପରେ ସହମତି ହେବା ପରେ ପାକିସ୍ତାନକୁ ଇରାନ ପକ୍ଷରୁ ଏକ ସନ୍ଦେଶ ଆସିଥିଲା । ଏହା ପରେ ଟ୍ରମ୍ପ ଏହି ପ୍ରସ୍ତାବକୁ ମଞ୍ଜୁର କରିଥିଲେ । ଟ୍ରମ୍ପଙ୍କ ମଞ୍ଜୁରୀ ମିଳିବା ମାତ୍ରେ ଇରାନର ସୁପ୍ରିମ ଲିଡରଙ୍କ ସହ ଯୋଗାଯୋଗା କରାଯାଇଥିଲା । ସୁପ୍ରିମ ଲିଡର ଯେମିତି ଏହାର ମଞ୍ଜୁରୀ ଦେଲେ ତୁରନ୍ତ ଏହାର ଖବର ପାକିସ୍ତାନକୁ ଦିଆଗାଲ । ପୁଣି ଟ୍ରମ୍ପ ଆନୁଷ୍ଠାନିକ ଭାବେ ଅସ୍ତ୍ରବିରତି ଘୋଷଣା କରିଥିଲେ ।
ଅର୍ଥାତ ଏହି ପୂରା ପ୍ରକ୍ରିୟାରେ ପାକିସ୍ତାନର ଭୂମିକା କେବଳ ଆମେରିକାଠୁ ସନ୍ଦେଶ ଆଣିବା ଏବଂ ଇରାନକୁ ପଠାଇବା ପର୍ଯ୍ୟନ୍ତ ସୀମିତ ଥିଲା । ନା ପାକିସ୍ତାନର ପ୍ରସ୍ତାବ ପ୍ରସ୍ତୁତିରେ କୌଣସି ଭୂମିକା ଥିଲା ନା ଏଥିରେ ପରିବର୍ତ୍ତନ କରିବାରେ ଥିଲା ।
ପ୍ରଶ୍ନ ହେଉଛି ଏଥିରେ ପାକିସ୍ତାନକୁ କାହିଁକି ସାମିଲ୍ କରାଗଲା ?
ଆମେରିକାର ବିଦେଶ ବିଶେଷଜ୍ଞ ଏଡମ କଚରାନଙ୍କ ଅନୁଯାୟୀ, ଆମେରିକାର ଏକ ଗୋଷ୍ଠୀ ଆଦୌ ଚାହୁଁ ନ ଥିଲେ ଯେ, ଯୁଦ୍ଧ ଆଉ ଆଗକୁ ବଢୁ । ଟ୍ରମ୍ପଙ୍କ ପାଖରେ ପଛକୁ ହଟିବାର କୌଣସି କାରଣ ନ ଥିଲା । ତେଣୁ ପାକିସ୍ତାନକୁ ପୁଣି ଥରେ ସନ୍ଦେଶ ଦିଆଯାଇଥିଲା । ଏହା ତେବେ ଘଟିଲା ଯେବେ ପାକିସ୍ତାନ ସାଉଦି ସହିତ ଛିଡା ହେବାକୁ ଘୋଷଣା କଲା । କଚରାନଙ୍କ କହିବା କତା ଟ୍ରମ୍ପ ପ୍ରଶାସନ ଇରାନରେ ନିଜର ହିତ ସାଧନ ପାଇଁ ପାକିସ୍ତାନକୁ ବ୍ୟବହାର କରିଛନ୍ତି ।
ଆଉ ଜଣେ ବିଶେଷଜ୍ଞ କବୀର ତନେଜାଙ୍କ ମତରେ ଏହି ଭୂମିକା ନିର୍ବାହ କରିବା ପାକିସ୍ତାନ ପାଇଁ ଜରୁରୀ ଥିଲା । କାରଣ ତାର ଆର୍ଥିକ ସ୍ଥିତି ଠିକ୍ ନାହିଁ । ପୁଣି ଶକ୍ତି ସଙ୍କଟ କାରଣରୁ ପାକିସ୍ତାନରେ ସ୍ଥିତି ଦୟନୀୟ ହୋଇ ପଡିଛି । ପାକିସ୍ତାନ ଚାହୁଁଥିଲା କୌଣସି ପ୍ରକାରେ ହର୍ମୁଜ ପ୍ରଣାଳୀରୁ ଅବରୋଧ ଘଟୁ । ଏମିତିରେ ପାକିସ୍ତାନର ଉଦ୍ୟମ ଥିଲା କୌଣସି ପ୍ରକାରେ ମଧ୍ୟପ୍ରାଚ୍ୟରେ ପ୍ରବେଶ କରୁ । ସେ ଚାହୁଁଥିଲା ଏହାର ସମ୍ବନ୍ଧ ଆମେରିକା ସହ ପୂର୍ବ ପରି ହେଉ ।