ବିଦେଶ ଯାତ୍ରା ପାଇଁ ଭାରତୀୟଙ୍କୁ ଭିଜା ମୁକ୍ତ ।ବିନା ଭିସାରେ ବୁଲିପାରିବେ ମାଲେସିୟା । ନଭେମ୍ବର ସରି ଡିସେମ୍ବର ଆସିବା ସହ ଶୀତର ଲହରୀ ଧୀରେ ଧୀରେ ବଢ଼ିଲାଣି । ଆଉ ଗୋଟିଏ ମାସ ପରେ ନୂଆ ବର୍ଷ । ନୂଆ ବର୍ଷ ଯେତିକି ପାଖେଇ ଆସୁଛି, ସମସ୍ତେ ଛୁଟିଦିନର ମନୋଭାବ ସାହା ଭ୍ରମଣ କରିବାସ ଉତ୍ସାହ ବଢୁଛି । ନୂଆ ବର୍ଷରେ କେହି କେହି ନିଜ ପ୍ରିୟଜନଙ୍କ ସହ ବାହାଘର ଉତ୍ସବ ପାଳନ କରିବାକୁ ଯୋଜନା କରୁଛନ୍ତି ତ ଆଉ କେହି ବିଦେଶ ବରମାନ ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଯେଉଁମାନେ ବିଦେଶରେ ନୂତନ ବର୍ଷ ପାଳନ କରିବାକୁ ଇଚ୍ଛା କରୁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ୩୦ ଦିନ ପର୍ଯ୍ୟନ୍ତ ରହିବା ପାଇଁ ମାଲେସିଆ ଭାରତ ଏବଂ ଚୀନ୍ ନାଗରିକଙ୍କୁ ଭିସାମୁକ୍ତ ପ୍ରବେଶ ଅନୁମତି ଦିଆଯିବ । ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଅନୁଯାୟୀ ଡିସେମ୍ବର ୧ ରୁ ଏହି ସୁବିଧା କାର୍ଯ୍ୟକାରୀ ହେବ। ମାଲେସିଆ ପୂର୍ବରୁ ଉଭୟ ଶ୍ରୀଲଙ୍କା-ଥାଇଲାଣ୍ଡ ମଧ୍ଯ ଭିସା ଫ୍ରି ଏଣ୍ଟ୍ରି ଘୋଷଣା କରିସାରିଛନ୍ତି । ଭାରତୀୟ ଯାତ୍ରୀଙ୍କ ପାଇଁ ଥାଇଲ୍ୟାଣ୍ଡ ନଭେମ୍ବର ୧୦ ରୁ କାର୍ଯ୍ୟକାରୀ ଭିସା ଆବଶ୍ୟକତାକୁ ହଟାଇ ଦେଇଛି । ଏହି ଯୋଜନାରେ ଭାରତୀୟ ପର୍ଯ୍ୟଟକଙ୍କୁ ୩୦ ଦିନ ରହିବାକୁ ଅନୁମତି ରହିଛି । ପରବର୍ତ୍ତୀ ବର୍ଷର ମେ ୧୦ ପର୍ଯ୍ୟନ୍ତ ମଧ୍ୟ ରହିବ।
ଅଧିକ ପଢନ୍ତୁ :କର୍ତାରପୁର ସାହେବ ଗୁରୁଦ୍ୱାରରେ ମାଂସ ପାର୍ଟି ଅଭିଯୋଗ