ଲସ୍ ଆଞ୍ଜେଲସ୍: ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରୁ ଡେଇଁଥିବା ନିଆଁ ଲସ୍ ଆଞ୍ଜେଲସ୍ରେ ଆତଙ୍କ ଖେଳାଇଛି। ଏହି ବାନଗ୍ନି କ୍ରମାଗତ ଉଗ୍ରରୂପ ନେଉଛି। ଏହି ଅଗ୍ନିକାଣ୍ଡ ଚାରିଆଡ଼େ ବ୍ୟାପିଥିବା ବେଳେ ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡରେ ୧୨ ହଜାରରୁ ଅଧିକ କୋଠା ନଷ୍ଟ ହୋଇଯାଇଛି। ଫଳ ସ୍ବରୂପ ଦେଢ଼ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇଯାଇଛନ୍ତି। ନିଆଁ (କାଲିଫର୍ଣ୍ଣିଆ ନିଆଁ) ଏତେ ବ୍ୟାପିଛି ଯେ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।
ଆଗାମୀ ଦିନରେ ସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ରହିଛି ବୋଲି ଲସ୍ ଆଞ୍ଜେଲସ୍ର ସ୍ଥାନୀୟ ଅଧିକାରୀମାନେ ଚେତାବନୀ ଦେଇଛନ୍ତି। କାରଣ ଲସ୍ ଆଞ୍ଜେଲସ୍ କାଉଣ୍ଟିର ବିଭିନ୍ନ ସ୍ଥାନରେ ଭୟଙ୍କର ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ଯାହା ଅନେକ ଦୈନନ୍ଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରିବ। ଏପରିକି ସ୍କୁଲ ବନ୍ଦ ରହିବା ସହ ମନୋରଞ୍ଜନ, କ୍ରୀଡ଼ା ଓ କମ୍ୟୁନିଟି ଇଭେଣ୍ଟକୁ ମଧ୍ୟ ବାତିଲ କରାଯାଇଛି।
ଲସ୍ ଆଞ୍ଜେଲସରେ ଅଗ୍ନିକାଣ୍ଡ ରେ ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡରେ ୧୨ ହଜାରରୁ ଅଧିକ କୋଠା ନଷ୍ଟ ହୋଇଥିବା ବେଳେ ୧ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇଛନ୍ତି। ଲସ୍ ଆଞ୍ଜେଲସରେ ୬ଟି ନିଆଁ ବ୍ୟାପିଛି, ଯାହା ଏବେ ବି ଜଳୁଛି। ପ୍ରାୟ ୩୬ ହଜାର ଏକର ଜମିରେ ନିଆଁ ଲାଗିଛି। ସବୁଠାରୁ ବଡ଼ ଅଗ୍ନିକାଣ୍ଡ ପାଲିସେଡ୍ ରେ ଲାଗିଛି। ୨୧,୩୦୦ ଏକରରୁ ଅଧିକ ଜମି ଜଳିଯାଇଥିବା ବେଳେ ୫୩୦୦ରୁ ଅଧିକ କୋଠା ନଷ୍ଟ ହୋଇଛି।
ଲସ୍ ଆଞ୍ଜେଲସର ପୂର୍ବ ପାର୍ଶ୍ୱରେ ଥିବା ଇଟନ୍ କ୍ୟାନିଅନ୍ ଏବଂ ହାଇଲାଣ୍ଡ ପାର୍କରେ ଲାଗିଥିବା ଅଗ୍ନିକାଣ୍ଡରେ ଦୁଇଟି ପ୍ରାଥମିକ ବିଦ୍ୟାଳୟ ଏବଂ ପାଲିସାଡେସ୍ ଚାର୍ଟର ହାଇସ୍କୁଲର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସ୍କୁଲ ଓ ଘର କ୍ଷତିଗ୍ରସ୍ତ ହୋଇଛି। ଆମେରିକାର ଦ୍ବିତୀୟ ବୃହତ୍ତମ ପବ୍ଲିକ୍ ସ୍କୁଲ୍ ଜିଲ୍ଲା ଲସ୍ ଆଞ୍ଜେଲସ୍ ୟୁନିଫାଏଡ୍ ସ୍କୁଲ୍ ଡିଷ୍ଟ୍ରିକ୍ଟ୍ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସ୍କୁଲଆସିବା ଉପରେ କଟକଣା ଲଗାଇଛି। ଜିଲ୍ଲାର ବାୟୁ ଅତ୍ୟନ୍ତ ପ୍ରଦୂଷିତ ହୋଇଥିବାରୁ ସ୍କୁଲବନ୍ଦ କରାଯାଇଛି। ଏହି ଅଗ୍ନିକାଣ୍ଡରେ ଆବାସିକ ଅଞ୍ଚଳ ମଧ୍ୟ ଜଳି ଯାଇଥିବାରୁ ଅନେକ ସେଲିବ୍ରିଟିଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଛି।
ପ୍ରଳୟଙ୍କରୀ ଅଗ୍ନିକାଣ୍ଡରେ ଯେଉଁ ଲକ୍ଷ ଲକ୍ଷ ଲୋକଙ୍କ ଘର ନଷ୍ଟ ହୋଇଯାଇଛି ସେମାନଙ୍କ ମଧ୍ୟରେ ପେସାଦାର ବାସ୍କେଟବଲ୍ ପ୍ରଶିକ୍ଷକ ଷ୍ଟିଭ୍ କେରଙ୍କ ୯୦ ବର୍ଷୀୟା ମା' ମଧ୍ୟ ଥିଲେ। ହଲିଉଡ୍ ତାରକା ପ୍ୟାରିସ୍ ହିଲ୍ଟନ୍, ଷ୍ଟିଭେନ୍ ସ୍ପିଲବର୍ଗ, ମାଣ୍ଡି ମୁର୍, ଆଷ୍ଟନ୍ କୁଚର୍ଙ୍କ ବଙ୍ଗଳା ମଧ୍ୟ ଜଳି ଯାଇଛି। ଏପରିକି ଉପରାଷ୍ଟ୍ରପତି କମଳା ହାରିସ୍ଙ୍କ ବ୍ରେଟନଉଡ୍ ଅଞ୍ଚଳରେ ଥିବା ବାସଭବନଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।