ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତି ଆଧାରରେ ଭିସା ନିୟମରେ କରାଯାଇଥିବା ପରିବର୍ତ୍ତନ ଭାରତୀୟଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି । ନିକଟରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ କୁଶଳୀ କାରିଗରଙ୍କ ପାଇଁ ମିଳୁଥିବା ଏଚ-୧ବି ଭିସା ନିୟମରେ ପରିବର୍ତ୍ତନ ପରେ ଭାରତୀୟ ପ୍ରଫେସନାଲ ଓ ଭାରତୀୟ ମୂଳ ବ୍ୟବସାୟୀଙ୍କ ବିରୋଧରେ ଆମେରିକାରେ ଘୃଣାର ମାହୋଲ ବଢିବାରେ ଲାଗିଛି । ଭାରତୀୟଙ୍କ ପ୍ରତି ଭେଦଭାବ ବୃଦ୍ଧି ପାଇବାରେ ଲାଗିଛି ।
ସୂଚନାଯୋଗ୍ୟ, ଟ୍ରମ୍ପ ସରକାର ନୂତନ ନିୟମ ଆଧାରରେ ଏଚ-୧ବି ଭିସା ପାଇଁ ଆବେଦନ ଶୁଳ୍କ ବଢାଇ ଏକ ଲକ୍ଷ ଡଲାର କରାଯାଇଛି । ଏହା ସହିତ ବେତନ ଆଧାରରେ ଚୟନର ବ୍ୟବସ୍ଥା ଲାଗୁ କରାଯାଇଛି, ଯେଉଁଥିରେ ଅଧିକ ଦରମା ପାଉଥିବା ଚାକିରିଆଙ୍କୁ ପ୍ରାଥମିକତା ମିଳିବ । ଟ୍ରମ୍ପ ପ୍ରଶାସନଙ୍କ କହିବା କଥା ଏହି ପରିବର୍ତ୍ତନ ଆମେରିକା କର୍ମଜୀବୀଙ୍କ ସୁରକ୍ଷା ପାଇଁ ଜରୁରୀ । ଅନ୍ୟପଟେ ଫେବୃଆରୀରୁ ନିୟମ ଆହୁରି କଠୋର ହେବ । ଆମେରିକୀୟ ଅଧିକାରୀ ସବୁଠୁ ଅଧିକ ବେତନ ପାଉଥିବା ଅଧିକାରୀଙ୍କ ପାଇଁ ଲେବଲ-୪ ଏଚ-୧ବି ଆବେଦକଙ୍କୁ ପ୍ରାଥମିକତା ଦେବେ । ଏଥିରେ କୁଶଳୀ ବିଦେଶୀ ପ୍ରଫେସନାଲ ପାଇଁ ଭିସା ପାଇବା ମୁସ୍କିଲ ହୋଇଯିବ ।
ଫାଇନାନସିଆଲ ଟାଇମ୍ସ ନିଜର ଏକ ରିପୋର୍ଟରେ କୁହାଯାଇଛି ଯେ, ଟ୍ରମ୍ପ ପ୍ରଶାସନ ଦ୍ୱାରା କରାଯାଇଥିବା ପରିବର୍ତ୍ତନ ଯୋଗୁଁ ପରିସ୍ଥିତି ଆହୁରି ଖରାପ ହୋଇ ଚାଲିଛି । ଅନେକ ବଡ ଆମେରିକୀୟ କମ୍ପାନି, ପରି ଫେଡଏକ୍ସ, ୱାଲମାର୍ଟ ଓ ଭେରିଜୋନଙ୍କୁ ଅନଲାଇନ ପ୍ଲାର୍ଟଫର୍ମକୁ ଟାର୍ଗେଟ୍ କରାଯାଇଛି । ସୋସିଆଲ ମିଡିଆ ଉପରେ ଏହି ସବୁ କମ୍ପାନି ଅଭିଯୋଗ ଲଗାଇଛନ୍ତି ଯେ, ଅଣଆଇନ ପ୍ରକ୍ରିୟାରେ ଭାରତୀୟଙ୍କୁ ଚାକିରି ବିକ୍ରି କରାଯାଉଛି ।
Also read: ତୀର୍ଥରାଜ ‘ପ୍ରୟାଗରାଜ’ରେ ଶ୍ରଦ୍ଧା-ଭକ୍ତିର ବୁଡ଼ ପକାଇଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ