କରୋନା ଭାଇରସ: ଆଇସିୟୁରେ ଭର୍ତ୍ତି ହେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌
Khabar Odisha:International-crorna-positive-Critish-Prime-Minister--Boris-Johnson-admitted-to-hospitals-ICU

ଲଣ୍ଡନ, ଏପ୍ରିଲ ୦୭ (ଖବର ଓଡ଼ିଶା): କରୋନା ଭାଇରସରେ ପୀଡ଼ିତ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କୁ ରବିବାର ବିଳମ୍ବିତ ରାତି କରୋନା ଲକ୍ଷଣ ଦେଖାଯିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ୧୦ ଦିନ ପୂର୍ବରୁ ସେ କରୋନାରେ ପିଡ଼ିତ ଥିବା ଲକ୍ଷଣ ଦେଖାଯାଇଥିଲା । ଜନ୍‌ସନ୍ ହସ୍ପିଟାଲରେ ଭର୍ତ୍ତି ହେବା ପରେ ମଧ୍ୟ ନିଜର କାମ କରୁଥିଲେ । କିନ୍ତୁ ଏବେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ପରେ ବିଦେଶ ମନ୍ତ୍ରୀ ଡାମିନିକ ରାବ ପ୍ରଧାନମନ୍ତ୍ରୀଙ୍କ ସ୍ଥାନରେ କାମ କରିବେ । ବ୍ରିଟିଶ କାର୍ଯ୍ୟଳୟ ପକ୍ଷରୁ ସ୍ଥାନୀୟ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ଜନସନଙ୍କ ଶରୀରରେ ଏବେ ବି କରୋନା ଲକ୍ଷଣ ଦେଖାଯାଉଛି ଏବଂ ତାଙ୍କୁ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ବୋରିସ ଜନ୍‌ସନ୍‌ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ନେଇ ସେ ନିଜେ ଟୁଇଟ କରିଥିଲେ । ଜନ୍‌ସନ୍ ଲେଖିଥିଲେ ଯେ, ଡାକ୍ତରଙ୍କ ପରାମର୍ଶ କ୍ରମେ ରବିବାର ରାତି କିଛି ରୁଟିନ ଚେକଅପ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛି । କାରଣ ମୋ ପାଖରେ ଏବେବି କେରାନା ଲକ୍ଷଣ ଦେଖାଯାଉଛି । ମୁଁ ନିଜର ଟିମ ସହ ସଂପର୍କରେ ଅଛି । କାରଣ ଆମେ ସମସ୍ତେ ମିଳିତ ଭାବେ କରୋନା ଭାଇରସକୁ ମୁକାବିଲା କରିାପାରିବା । 

ସେ ଅନ୍ୟ ଏକ ଟୁଇଟରେ କହିଥିଲେ, ଏନଏଚଏସର ସମସ୍ତ ବୁଦ୍ଧିମାନ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଉଛିି । ଏଭଳି ଏକ କଠିଣ ସମୟରେ ମୋର ଓ ଅନ୍ୟ ଲୋକଙ୍କ ସହିତ ଅଛନ୍ତି । ସମସ୍ତେ ସୁରକ୍ଷିତ ରୁହନ୍ତୁ ଏବଂ ଏନଏଚଏସ ଓ ଜୀବନ ବଞ୍ଚାଇବାକୁ ଘରେ ରୁହନ୍ତୁ ।  

ସୂଚନାଯୋଗ୍ୟ ଗତ ମାର୍ଚ୍ଚ  ୨୬ରେ ବୋରିସ ଜନସନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଜନସନ ଯେତେବେଳେ ଆଇସୋଲେସନରେ ଥିଲେ, ସେହି ସମୟରେ ମଧ୍ୟ କାମ କରୁଥିଲେ । ଶୁକ୍ରବାର ଜାରି ହୋଇଥିବା ଭିଡିଓ ବାର୍ତ୍ତାରେ ଜନସନ କହିଥିଲେ ପୂର୍ବାପେକ୍ଷା ମୁଁ ଅଧିକ ସୁସ୍ଥ ଅନୁଭବ କରୁଛି । 

 

  • Tags:

Subscribe

National International State Sports Entertainment