ଆମେରିକୀୟ ସର୍ଜନଙ୍କ ଚେତାବନୀ: ଆଗାମୀ ସପ୍ତାହ ୯/୧୧ ଭଳି ଦୁଃଖ ଦେବ କୋଭିଡ-୧୯
Khabar Odisha:International-USA-Surgeon-general-warns-next-week-will-as-sad-as-911-due-to-covid-19

ୱାଶିଂଟନ, ଏପ୍ରିଲ ୦୬ (ଖବର ଓଡ଼ିଶା): ଆମେରିକାର ସର୍ଜନ ଜେନେରାଲ ଜେରୋମ ଆଡମ୍ସ ରବିବାର କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କେରାନା ଭାଇରସ ଯୋଗୁଁ ଆଗାମୀ ସପ୍ତାହରେ ଅଧିକାଂଶ ଆମେରିକୀୟଙ୍କ ପାଇଁ ସବୁଠାରୁ ଦୁଃଖଦପୂର୍ଣ୍ଣ ସମୟ ହେବ । ଉଲ୍ଲେଖନୀୟ ଯେ, ଆମେରିକାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୨୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରୁ ନ୍ୟୁୟର୍କରେ କେବଳ ୩୫୦୦ରୁ ଅଧିକ ଲୋକ ଜୀବନ ହାରିଛନ୍ତି ।  ଦେଶରେ ମୃତ୍ୟୁ ସଂଖ୍ୟା ୯ ହଜାର ୬୧୬ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୬୭୩ । ଏଥିରୁ ମାତ୍ର ୧୭ ହଜାର ୯୭୭ ଜଣ ସୁସ୍ଥ ହୋଇଛନ୍ତି । ଏବେବି ୮ ହଜାର ୭୦୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ଆଡାମ୍ସ ରବିବାର ଏକ ସ୍ଥାନୀୟ ଟିଭି ଚ୍ୟାନେଲକୁ କହିଛନ୍ତି, ଏହା ଆମର ପର୍ଲ ହାର୍ବର ହେବ, ଏହା ୯/୧୧ ଭଳି ହେବ । ଏହା କେବଳ ଏତିକି ପାର୍ଥକ୍ୟ ଯେ, ଏହା ସ୍ଥାନୀୟ ସମସ୍ୟା ନୁହେଁ । ସେ କହିଛନ୍ତି, ଏହା ସଂପୂର୍ଣ୍ଣ ଦେଶରେ ହେବ । ତେଣୁ ଆମେରିକାବାସୀ ଏହାକୁ ବୁଝନ୍ତୁ । ଅଧିକାଂଶ ଲୋକଙ୍କ ମଧ୍ୟରେ କୋଭିଡ-୧୯ ଭାଇରସର ସାମାନ୍ୟ ଅଥବା ମଧ୍ୟମ ଶ୍ରେଣୀର ଲକ୍ଷଣ ଜଣାପଡୁଛି । ସାଧାରଣ ଜ୍ୱର ଓ କାଶ ୨ରୁ ୩ ସପ୍ତାହ ମଧ୍ୟରେ ଭଲ ହୋଇଯାଇଥାଏ । ବିଶେଷ ଭାବେ ବୟସ୍କ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କରୋନା ଭାଇରସରୁ ନିମୋନିଆ ଭଳି ରୋଗ ହେବାର ଆଶଙ୍କା ରହିଛି । 

ଆଡମ୍ସ କହିଛନ୍ତି, ୯୦ ପ୍ରତିଶତ ଆମେରିକୀୟ ନିଜର ଦାୟିତ୍ୱ ତୁଲାଉଛନ୍ତି । ନିଜେ ନିଜକୁ ସମୟ ଦିଅନ୍ତୁ । ଏକ ସପ୍ତାହ ପାଇଁ ସମୟ ଦିଅନ୍ତୁ । ନିଜକୁ ଯେତେ ଅଧିକ ସମୟ ଦେଇପାରିବେ ଭଲ । ଯଦି ଆପଣ ୩୦ ଦିନ ନଜକୁ ସମୟ ଦେଇପାରିବେ ନାହିଁ, ତାହେଲେ ଆମମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ସ୍ତରକୁ ପହଞ୍ଚିଯିବ । 

 

  • Tags:

Subscribe

National International State Sports Entertainment