କ୍ୟାପିଟାଲ ହିଂସା ଘଟଣା: ଡୋନାଲ୍ଡ ଟ୍ରମ୍ପଙ୍କ ଫେସ୍‌ବୁକ୍ ଆକାଉଣ୍ଟ ୨ ବର୍ଷ ପାଇଁ ନିଲମ୍ବିତ
Khabar Odisha:International-Social-media-company-Facebook-suspends-trumps-account-for-two-years-in-capitol-riot-case

ସାନ ଫ୍ରାନ୍ସିକୋ, ଜୁନ ୦୫ (ଖବର ଓଡ଼ିଶା): କ୍ୟାପିଟାଲ ହିଂସା ଘଟଣାରେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘ଫେସ୍‌ବୁକ୍‌’ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ୨ ବର୍ଷ ପାଇଁ ନିଲମ୍ବନ କରିଛି । ଆମେରିକା ରାଷ୍ଟ୍ରପତିଙ୍କ ଉପରେ ହିଂସାକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଫେସ୍‌ବୁକ୍ ଏଭଳି ପଦକ୍ଷେପ ନେଇଛି । କଂପାନୀର କହିବା ଅନୁସାରେ ତଦନ୍ତରୁ ଜଣାପଡ଼ିଛି ଯେ, ଗତ ଜାନୁଆରୀ ୬ ତାରିଖରେ କ୍ୟାପିଟାଲ ବିଲଡିଙ୍ଗ ଉପରେ ପ୍ରଥମେ ସେ ହିଂସାକୁ ପ୍ରୋତ୍ସାହନ ଦେଇଥିଲେ । ଅନ୍ୟପକ୍ଷରେ ଯେଉଁମାନେ ତାଙ୍କୁ ଭୋଟ ଦେଇଛନ୍ତି, ସେହି ଲୋକଙ୍କ ପାଇଁ ଫେସ୍‌ବୁକ୍‌ର ଏହି ନିଷ୍ପତ୍ତିକୁ ଲୋକଙ୍କ ଅପମାନ ବୋଲି ଦର୍ଶାଇଛନ୍ତି । 

ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଫେସବୁକ ତରଫରୁ ତାଙ୍କର ଆକାଉଣ୍ଟକୁ ୨ ବର୍ଷ ପାଇଁ ନିଲମ୍ବନ କରାଯାଇଛି । ଏହା ଆମେରିକା ପାଇଁ ଅପମାନ । ସେ କହିଛନ୍ତି ଯେ, ଫେସବୁକର ଏହି ନିଷ୍ପତ୍ତି ୭.୫ କୋଟି ମତଦାତାଙ୍କ ପାଇଁ ଅପମାନ ସଦୃଶ୍ୟ । କାରଣ ଏହି ମତଦାତାମାନେ ତାଙ୍କୁ ଭୋଟ ଦେଇଥିଲେ । ଟ୍ରମ୍ପଙ୍କ ଫେସବୁକ ଆକାଉଣ୍ଟ ଉପରେ ଲାଗୁ ହୋଇଥିବା ନିଲମ୍ବନ ଆଦେଶ ଗତ ଜାନୁଆରୀ ୭ ତାରିଖ ଠାରୁ ଲାଗୁ ହେବ । 

ଫେସ୍‌ବୁକ୍‌ର ଉପାଧ୍ୟକ୍ଷ ନିକ କ୍ଲେଗ ଏକ ପୋଷ୍ଟରେ ଶୁକ୍ରବାର କହିଛନ୍ତି ଯେ, ଏହି ଅବଧିର ଶେଷ ପରେ ଏହା ଆକଳନ କରିବା ଲାଗି ବିଶେଷଜ୍ଞଙ୍କ ସହାୟତା ନିଆଯିବ ଯେ, ସାର୍ବଜନିକ ସୁରକ୍ଷା କମ ହୋଇଛି ନା ନାହିଁ । ଫେସବୁକର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମାର୍କ ଜୁକରବର୍ଗର ଏହି ନୀତିକୁ ଶେଷ କରିବାକୁ ଯୋଜନା ମଧ୍ୟ ଚାଲିଛି, ଯେଉଁଥିରେ କି ନେତା ନିଜେ ହିଁ ଘୃଣା ଅପରାଧର ନିୟମରୁ ବଂଚି ଯାଆନ୍ତି । କଂପାନୀ କହିଛି ଯେ, ଏହି ନୀତି ଟ୍ରମ୍ପଙ୍କ ଉପରେ କେବେ ଲାଗୁ କରାଯାଇ ନଥିଲା । 

 

  • Tags:

Subscribe

National International State Sports Entertainment