ପାକିସ୍ତାନରେ ଆତଙ୍କବାଦୀଙ୍କ ଲାଗି ମସଜିଦ୍‌ରେ ହେଉଛି ଚାନ୍ଦା ଅସୁଲି, ବିରୋଧୀ ଆଣିଲେ ଅଭିଯୋଗ
Khabar Odisha:International-Pakistan-opposition-party-says-mosques-collecting-donations-for-Afghan-Taliban

ଇସଲାମବାଦ, ଜୁନ ୧୧ (ଖବର ଓଡ଼ିଶା): ପାକିସ୍ତାନର ମସ୍‌ଜିଦରେ ଆତଙ୍କବାଦୀଙ୍କ ଲାଗି ଚାନ୍ଦା ଅସୁଲି ହେଉଛି । ଏହି ଅଭିଯୋଗ ଆଣିଛି ପାକିସ୍ତାନର ବିରୋଧୀ ଦଳ ଅୱାମୀ ନ୍ୟାସନାଲ ପାର୍ଟି (ଏଏନ୍‌ପି) । ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ଇମରାନ ଖାନ ସରକାରଙ୍କ ଆତଙ୍କବାଦୀ ସମର୍ଥନ ନୀତି ନେଇ କହିଛି ଯେ, ଦେଶରେ ବ୍ୟାପକ ଭାବରେ ଆତଙ୍କବାଦୀଙ୍କ ଲାଗି ଚାନ୍ଦା ଅସୁଲି ହେଉଛି । ଏହା ମସସିଦ ଗୁଡ଼ିକରେ ହେଉଛି । ବିରୋଧୀଙ୍କ ଏଭଳି ଅଭିଯୋଗ ନେଇ ଇମ୍ରାନ ଖାନ ଚିନ୍ତାରେ ପଡ଼ିଯାଇଛନ୍ତି । 

ପାକିସ୍ତାନ ସରକାରଙ୍କ ବିରୋଧୀ ଦଳର ଅଭିଯୋଗ ଅନୁସାରେ ପାକିସ୍ତାନର ମସଜିଦ ଜରିଆରେ ଆତଙ୍କବାଦୀ ସଂଗଠନ ‘ଆଫଗାନ ତାଲିବାନ’ ଲାଗି ଚାନ୍ଦା ଏକତ୍ର କରାଯାଉଛି । ପାର୍ଟି ଇମରାନ ସରକାରଙ୍କ ଠାରୁ ଆତଙ୍କବାଦୀଙ୍କୁ ମସଜିଦ ଜରିଆର ଚାନ୍ଦା ଆଦାୟ ପ୍ରଥା ବନ୍ଦ ଦାବି କରିଛି । ଏଥି ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି କହିଛି । ପାକିସ୍ତାନ ଉପରେ ଆରମ୍ଭରୁ ଆତଙ୍କବାଦୀଙ୍କୁ ସହଯୋଗ ପହଂଚାଇବା ଏବଂ ଆଫଗାନିସ୍ତାନକୁ ଅସ୍ଥିର କରିବା ଲାଗି ତାଲିବାନର ସହଯୋଗ ଅଭିଯୋଗ ହୋଇ ଆସିଛି । ବିରୋଧୀ ଦଳର ଏଭଳି ଅଭିଯୋଗ ନେଇ ପାକିସ୍ତାନ ସରକାର ଅଡୁଆରେ ପଡ଼ିଯାଇଛନ୍ତି । 

 

  • Tags:

Subscribe

National International State Sports Entertainment