ୱାଶିଂଟନ୍/ବ୍ରିଟେନ୍, ଜାନୁଆରୀ ୧୮ (ଖବର ଓଡ଼ିଶା): କରୋନା ଭାଇରସ୍ର ଗତି ସାମାନ୍ୟ ହ୍ରାସ ପାଇଛି। ଆମେରିକାରେ ଗୋଟିଏ ଦିନରେ ୩ ଲକ୍ଷ ୩୬ ହଜାର ୬୮୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ୪୯ ହଜାର ୬୫୬ ଜଣ ସୁସ୍ଥ ହୋଇଥିଲା ବେଳେ ୪୨୨ ଜଣଙ୍କର ମୃତ୍ୟୁ ହୋଇଛି।
ଆମେରିକାରେ ଏଯାଏଁ ୬ କୋଟି ୭୪ ଲକ୍ଷ ୮୨ ହଜାର ୯୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୩୧ ଲକ୍ଷ ୪୦ ହଜାର ୩୦୦ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୭୪ ହଜାର ୨୦୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ କୋଟି ୩୪ଲକ୍ଷ ୬୮ ହଜାର ୪୧୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୨୫ ହଜାର ୭୫୮ ଜଣଙ୍କର ଅବସ୍ଥା ଗୁରୁତର ରହିଛି।
ବ୍ରିଟେନ୍ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୮୪ ହଜାର ୪୨୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧ ଲକ୍ଷ ୮ ହଜାର ୪୨୧ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୮୫ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମଧ୍ୟ କରୋନାର ବିସ୍ଫୋରକ ରୂପ ଦେଖାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧ ଲକ୍ଷ ୨ ହଜାର ୧୪୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଇଟାଲିରେ ୮୩ ହଜାର ୪୦୩ ଓ ଆର୍ଜେଣ୍ଟିନାରେ ୧ ଲକ୍ଷ ୨ ହଜାର ୪୫୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।