ନୂଆଦିଲ୍ଲୀ, ଅକ୍ଟୋବର ୦୧ (ଖବର ଓଡ଼ିଶା): ୨୦ ବର୍ଷୀୟ ଯୁବତୀ ନିଜ ହୃଦୟରେ ଚାକିରଙ୍କୁ ସ୍ଥାନ ଦେଇଛନ୍ତି । ନଜ ଘରେ ପୋଷା ଜୀବଜନ୍ତୁଙ୍କ ଯତ୍ନ ପାଇଁ ଯେଉଁ ଚାକରଙ୍କୁ ରଖିଥିଲେ, ତାଙ୍କ ପ୍ରେମରେ ପାଗଳୀ ହୋଇଛନ୍ତି ଏବଂ ଶେଷରେ ବିବାହ ମଧ୍ୟ କରିଛନ୍ତି । ଯୁବତୀଙ୍କ କହିବା ଅନୁସାରେ ପ୍ରେମରେ ସାନ-ବଡ଼ ଓ ଧନୀ-ଗରିବର ଭେଦଭାବ ନଥାଏ ।
ଯୁବତୀ ଜଣକ ହେଲେ ମୁସ୍କାନ ଏବଂ ସେ ପାକିସ୍ତାନର ପଂଜାବ ନିବାସୀ । ମୁସ୍କାନ ୟୁଟ୍ୟୁବ ଭିଡିଓରେ କହିଛନ୍ତି ଯେ, ସେ ୨୫ ବର୍ଷୀୟ ଆମିରଙ୍କୁ ଭଲ ପାଇଥିଲେ । ଆମିରଙ୍କୁ ସେ ନିଜ ଘରେ ମଇଁଷୀ ଦେଖିବାକୁ ରଖିଥିଲେ । କାରଣ ତାଙ୍କ ଘରେ ୪ଟି ମଇଁଷୀ ଥିଲେ, ଯାହାର ଯତ୍ନ ନେବା ପାଇଁ ସେ ଆମିରଙ୍କୁ ନିଜ ଘରକୁ ଆଣିଥିଲେ । ମାତ୍ର ଆମିର ଗରିବ ହୋଇଥିଲେ ବି ଜଣେ ସଚ୍ଚୋର୍ଟ ଏବଂ ଭଦ୍ର ମଣିଷ । ମନ ଲଗାଇ ନିଜ କାମ କରୁଥିଲେ । କାରଣ ସେ ଆସିବା ପରେ ମଇଁଷୀମାନେ ଅଧିକ କ୍ଷୀର ଦେଉଥିଲେ । ଫଳରେ ଆମିରଙ୍କ କାମରେ ମୁସ୍କାନ ପ୍ରଭାବିତ ହୋଇଥିଲେ ଏବଂ ଧୀରେ ଧୀରେ ପସନ୍ଦ କରିବାକୁ ଲାଗିଲେ । ଏକଦା ସେ ଆମିରଙ୍କୁ ନଜ ମନ କଥା ମଧ୍ୟ କହିଦେଇଥିଲେ ।
ଦିନେ ଆମିର ମଇଁଷଙ୍କୁ ଗାଧୋଉଥିବା ବେଳେ ମୁସ୍କାନ ସେହି ସ୍ଥାନକୁ ପହଂଚି ଥିଲେ ଏବଂ ଭଲ ପାଇବାର ପ୍ରସ୍ତାବ ଦେଇଥିଲେ । ମୁସ୍କାନ କହିଥିଲେ ଯେ, ମୁଁ ତୁମକୁ ପସନ୍ଦ କରୁଛି ଏବଂ ବିବାହ କରିବାକୁ ଚାହୁଁଛି । ଏହା ଶୁଣି ଆମିର ଚମକି ପଡ଼ିଥିଲେ । ମୁସ୍କାନ ଉତ୍ତର ପାଇବାକୁ ସେହିଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ । ଏହା ପରେ ମୁସ୍କାନ ନିଜ ପରିବାର ଲୋକଙ୍କୁ ଜଣାଇ ବିବାହ ପ୍ରସ୍ତବରେ ରାଜି ହୋଇଯାଇଥିଲେ ।