ଫ୍ରାନ୍ସରୁ ବ୍ରିଟେନ୍‌ ଯାଉଥିଲା ପ୍ରବାସୀଙ୍କ ଡଙ୍ଗା, ୩୧ ଶରଣାର୍ଥୀଙ୍କ ମୃତ୍ୟୁ
Khabar Odisha:International-Migrant-boat-capsizes-in-English-Channel-at-least-31-dead-Britain-France

ପ୍ୟାରିସ, ନଭେମ୍ବର ୨୫ (ଖବର ଓଡ଼ିଶା): ଇଂଲିଶ ଚ୍ୟାନେଲରେ ବୁଧବାର ବଡ଼ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇଛି। ଫଳରେ ୩୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ, ଫ୍ରାନ୍ସରୁ ଇଂଲଣ୍ଡ ଯାଉଥିବା ଡଙ୍ଗା ଇଂଲିଶ ଚ୍ୟାନେଲ ଅତିକ୍ରମ ସମୟରେ ଏହି ଦୁର୍ଘଟଣା ଘଟିଛି।ଫ୍ରାନ୍ସର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଦୁର୍ଘଟଣା ସଂପର୍କରେ ମତ୍ସ୍ୟଜୀବୀଙ୍କ ଠାରୁ ସୂଚନା ମିଳିଥିଲା।

ଫ୍ରାନ୍ସର ଗୃହମନ୍ତ୍ରୀ ଗେରାଲ୍ଡ ଡର୍ମିନିନ କହିଛନ୍ତି ଯେ, ୩୪ ଜଣ ପାଣିରେ ବୁଡ଼ିଥିବା ଖବର ମିଳିଛି। କିନ୍ତୁ ପ୍ରଶାସନକୁ ୩୧ଜଣଙ୍କର ମୃତଦେହ ମିଳିଛି। ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ମାତ୍ର ମୃତକମାନେ କେଉଁ ଦେଶର ନାଗରିକ ଥିଲେ, ଏସଂପର୍କରେ କୌଣସି ସୂଚନା ନାହିଁ। ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଫ୍ରାନ୍ସ ଓ ବ୍ରିଟେନ୍‌ର ସର୍ଚ୍ଚ ଅପରେଶନ ଜାରି ରହିଛି। ଫ୍ରାନ୍ସର ଗୃହମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣା ସଂପର୍କରେ ୪ ସନ୍ଦିଗ୍ଧ ମାନବ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ପରେ ୨ ଜଣଙ୍କୁ କୋର୍ଟରେ ହାଜର କରାଯାଇଛି। 

ଅନ୍ୟପଟରେ ଏହି ଦୁର୍ଘଟଣା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଜରୁରୀକାଳୀ ବୈଠକ ଡାକିଛନ୍ତି। ଫ୍ରାନ୍ସର ଗୃହମନ୍ତ୍ରୀ ଆହତଙ୍କୁ ଭେଟିବା ପାଇଁ ହସ୍ପିଟାଲ ଯାଇଥିଲେ। ଉଭୟ ସରକାର କ୍ରସିଂ ରୋକିବାକୁ ପଦକ୍ଷେପ ନେଇଛନ୍ତି। ଚଳିତ ବର୍ଷ ଇଂଲିଶ ଚ୍ୟାନେଲ ମାଧ୍ୟମରେ ଛୋଟ ଡଙ୍ଗାରେ ପ୍ରାୟ ୨୫ ହଜାର ଲୋକ ଅତିକ୍ରମ କରିସାରିଛନ୍ତି।  

 

 

  • Tags:

Subscribe

National International State Sports Entertainment