ଆତଙ୍କବାଦୀଙ୍କୁ ବିରିୟାନୀ ଖାଇବାକୁ ଦେଉଛି ପାକିସ୍ତାନ, ଗରିବଙ୍କ ପାଇଁ ଅଟା ନାହିଁ
Khabar Odisha:International-Flour-shortage-in-Pakistan-Terrorist-eating-biriyani-education-health-and-job-problem

ଇସଲାମାବାଦ, ଅକ୍ଟୋବର ୧୬ (ଖବର ଓଡ଼ିଶା): ପାକିସ୍ତାନ ଆତଙ୍କବାଦୀମାନଙ୍କୁ ବିରିୟାନୀ ଖାଇବାକୁ ଦେଇପାରୁଛି । କିନ୍ତୁ ଗରିବ ଲୋକଙ୍କୁ ଅଟା ଦେବା ପାଇଁ ଅର୍ଥ ଯୋଗାଡ କରିପାରୁ ନାହିଁ । ଦେଶର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପାକିସ୍ତାନରେ ଶିକ୍ଷା, ରୋଜଗାର ଓ ଆଇନ ବ୍ୟବସ୍ଥାର ଅବନତୀ ଘଟିଛି । ଦେଶରେ ଅଟା ପାଇଁ ହାହାକାର ଦେଖାଯାଇଛି । ଇମ୍ରାନ ସରକାର ଦେଶବାସୀଙ୍କୁ ୨ ଥର ରୋଟି ଖାଇବାକୁ ଦେବାରେ ଅସମର୍ଥ ହୋଇଛନ୍ତି ।

ପାକିସ୍ତାନରେ ଗହମ ଦର ଆକାଶ ଛୁଆଁ ହୋଇଛି । ଦେଶର ଅନେକ ସ୍ଥାନରେ ଅଟା କିଲୋ ୭୫ ଟଙ୍କାରେ ପହଂଚିଛି । କିନ୍ତୁ ଦୁଃଖର କଥା ଯେ, ୭୫ ଟଙ୍କା ଦେବାକୁ ଚାହୁଁଥିବା ଲୋକଙ୍କୁ ମଧ୍ୟ ଅଟା ମିଳିପାରୁ ନାହିଁ । ପାକିସ୍ତାନର ୪ଟି ରାଜ୍ୟ ସିନ୍ଧ, ବେଲୁଚିସ୍ତାନ, ପଂଜାବ ଓ ଖାଇବରରେ ଅଧିକ ସଂକଟ ଦେଖାଯାଇଛି । ସିନ୍ଧ ଓ ଅନ୍ୟ ରାଜ୍ୟରେ ଲୋକଙ୍କର ଅଟା ପାଇଁ ଲମ୍ବା ଲାଇନ ଲାଗୁଛି । ଏହା ପରେ ମଧ୍ୟ ଅଟା ମିଳିପାରୁ ନାହିଁ । ଅବସ୍ଥା ଏମିତି ହୋଇଛି ଯେ, ନାନ ବିକ୍ରି କରୁଥିବା ଲୋକେ ଏବେ ଆନେ୍ଦାଳନ ଆଡ଼କୁ ମୁହାଁଇଛନ୍ତି । 

ଭାରତ ସହିତ ଲଢ଼େଇ କରିବା ପାକିସ୍ତାନକୁ ଅଧିକ ମହଙ୍ଗା ପଡ଼ିଛି । ପୁଲୱାମା ଆକ୍ରମଣ ପୂର୍ବରୁ ପାକିସ୍ତାନକୁ ମୋଷ୍ଟ ଫରୱାଡ ନ୍ୟାସନ ମାନ୍ୟତା ମିଳିଥିଲା । ଭାରତ ଏବେ ପାକିସ୍ତାନ ପ୍ରତି ୨୦୦ ପ୍ରତିଶତ କଷ୍ଟମ ଡୁ୍ୟଟି ଲଗାଇ ଦେଇଛି । କିନ୍ତୁ ଏହାରି ମଧ୍ୟରେ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ବିରିୟାନୀ ଖାଇବାକୁ ଦେଇପାରୁଛି । 

 

 

  • Tags:

Subscribe

National International State Sports Entertainment