ୱାଶିଂଟନ୍, ଜାନୁଆରୀ ୦୨ (ଖବର ଓଡ଼ିଶା): ଆମେରିକାର ମିସିସିପିରେ ନୂଆବର୍ଷ ଅବସରରେ ଆୟୋଜିତ ଭୋଜିରେ ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ କହିବା ଅନୁସାରେ ଗଲ୍ଫପୋର୍ଟ ନୂଆବର୍ଷ ପାର୍ଟି ହେବା ପରେ ୨ ଜଣ ଲୋକ ମୁହାଁମୁହିଁ ହୋଇଥିଲେ। ଫଳରେ ସେଠାରେ ଗୁଳିମାଡ଼ ହୋଇଥିଲା।
ତେବେ ଏହି ଅପରାଧିକ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଗିରଫ ହୋଇ ନାହାନ୍ତି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଛାନ୍ଭିନ୍ କରୁଛି।
ହ୍ୟାରିସନ କାଉଣ୍ଟିର କୋରୋନର ବ୍ରାୟନ ସ୍ବିଟଜର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ମୃତକମାନେ ହେଲେ ୨୩ ବର୍ଷୀୟ କୋରୀ ଡିବୋସ, ଗ୍ଲଫପୋର୍ଟର ୨୮ ବର୍ଷୀୟ ସୋଡ୍ରିକ ମ୍ୟାକକାର୍ଡ ଓ ବେ ସେଣ୍ଟ ଲଇସର ୨୨ ବର୍ଷୀୟ ଓବ୍ରେ ଲୁଇସ। ପ୍ରଶାସନ କହିବା ଅନୁସାରେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।