ନୂଆଦିଲ୍ଲୀ, ଜୁନ୍ ୨୬ (ଖବର ଓଡ଼ିଶା): ଫିଲୀପୀନ ସଗାରରେ ଗବେଷକମାନେ ବୁଡିଯାଇଥିବା ଭଗ୍ନାବଶେଷ ଠାବ କରିଛନ୍ତି । ସବୁଠାରୁ ମଜା କଥା ହେଲା ଯେ, ଏହା ଏପର୍ଯ୍ୟନ୍ତ ସବୁଠାରୁ ଗଭୀର ଜଳରୁ ମିଳିଥିବା ଜାହଜ ଅଟେ । ଗବେଷକମାନେ ଏହାକୁ ୨୨ ହଜାର ୬୨୧ ଫୁଟ (୬୮୯୫ ମିଟର) ଗଭୀର ଜଳ ଭିତରେ ପାଇଛନ୍ତି ।
ଜାହଜ ୟୁଏସ୍ଏସ୍ ସାମୁଏଲ ବି ରବର୍ଟସର ଭଗ୍ନାବଶେଷକୁ ନିକଟରେ କୋଟିପତି ଗବେଷକ ଭିକ୍ଟର ଭେସେକାଭୋ ଓ ବିଶେଷଜ୍ଞ ଜେରେମୀ ମୋରିଜେଟ ଖୋଜିପାଇଛନ୍ତି । ଏହି ଜାହାଜକୁ ସାମୀ-ବି ମଧ୍ୟ କୁହାଯାଇଥାଏ ।
ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ଏହି ଜାହଜ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନିର୍ମାଣ କରାଯାଇଥିଲା । ଲେଟେ ଗଲ୍ଫର ବଡ଼ ଲଢ଼େଇର ଅଂଶବିଶେଷ ଥିବା ବେଟେଲ ଅଫ ସମରରେ, ଜାପାନ ସହିତ ମୁହାଁମୁହିଁ ହେବା ସମୟରେ ୧୯୪୪ରେ ଏହି ଜାହଜ ପାଣିରେ ବୁଡ଼ି ଯାଇଥିଲା । ଅଘଟଣ ସମୟରେ ଏହି ଜାହଜରେ ୨୨୪ ଜଣ କ୍ରୁ ସଦସ୍ୟ ଥିଲେ । ଏହି ଜାହଜର ଲୋକେଶନ ସଂପର୍କରେ ସଠିକ ତଥ୍ୟ ନଥିଲା । ସବମର୍ସିବଲ ଯାନ ଓ ସୋନାର ବୀମିଙ୍ଗ ଜାହଜଗୁଡ଼ିକର ବ୍ୟବହାର ଦ୍ୱାରା, କୈଲାଡନ ଓଶନିକର ପ୍ରତିଷ୍ଠାତା ଭେସ୍କୋଭୋ ଓ ଇଅସ ଗବେଷକମାନେ ଜୁନ ୧୭ ରୁ ୨୪ ମଧ୍ୟରେ ଡ୍ରାଇଭ କରିଥିଲେ । ସେମାନେ ଜୁନ ୧୮ରେ ଟାରପୀଡୋ ଲଞ୍ଚର ସାହାଯ୍ୟରେ ଭଗ୍ନାବଶେଷ ଠାବ କରିବାରେ ସଫଳତା ହାସଲ କରିଥିଲେ ।