ୱାଶିଂଟନ, ଅଗଷ୍ଟ ୧୬ (ଖବର ଓଡ଼ିଶା): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ବିବାଦ ପୂର୍ବରୁ ହିଁ ଲାଗି ରହିଛି । ଏବେ ପୁଣି ସେ ଆଉ ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ଗତ ସପ୍ତାହରେ ତଦନ୍ତ ସଂସ୍ଥା ‘ଏଫବିଆଇ’ ଡୋନାଲ୍ଡ ଟ୍ରମ୍ପଙ୍କ ସଂପତ୍ତି ଉପରେ ଚଢ଼ଉ କରିଥିଲା । ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଏଫବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏବେ ଡୋନାଲ୍ଡ ଟ୍ରମ୍ପ ସାମାଜିକ ଗଣମାଧ୍ୟମରେ ଟୁଇଟ କରି କହିଛନ୍ତି ଯେ, ତଦନ୍ତ ସଂସ୍ଥା ଏଫବିଆଇର ଚଢ଼ଉ ସମୟରେ ତାଙ୍କର ଘରୁ ଚୋରି ହୋଇଛି । ତାଙ୍କର ୩ଟି ପାସପୋର୍ଟ ନାହିଁ । ଏହା ନିଖୋଜ ହୋଇଯାଇଛି ।
ଟୁଇଟ କରି ଡୋନାଲ୍ଡ ଟ୍ରମ୍ପ ଲେଖିଛନ୍ତି ଯେ, ମାର-ଏ-ଲାଗୋ ଉପରେ ଚଢ଼ଉ ସମୟରେ ଏଫବିଆଇ ମୋର ୩ଟି ପାସପୋର୍ଟ ଚୋରି କରିଛି । ଚୋରି ହୋଇଥିବା ପାସପୋର୍ଟ ମଧ୍ୟରୁ ଗୋଟିଏର ଅବଧି ଶେଷ ହୋଇସାରିଥିଲା । ଜଣେ ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କ କ୍ଷେତ୍ରରେ ଏଭଳି କାମ କରାଯିବାକୁ ମୁଁ ଦୃଢ଼ ନିନ୍ଦା କରୁଛି ।
ସୂଚନାଯୋଗ୍ୟ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ମାର-ଏ-ଲାଗୋ ରିସର୍ଟ ଉପରେ ଏଫବିଆଇ ଚଢଉ କରିଥିଲା । ଡୋନାଲ୍ଡ ଟ୍ରମ୍ପ ନିଜେ ଏବାବଦରେ ଟୁଇଟ୍ କରି ସୂଚନା ଦେଇଥିଲେ । ସେ କହିଥିଲେ ଯେ, ପାମ୍ ବିଚ୍ସ୍ଥିତ ମାର-ଏ-ଲାଗୋ ଉପରେ ଏଫବିଆଇର ଅଧିକାରୀମାନେ ଚଢ଼ଉ କରିଛନ୍ତି ଏବଂ ଏହାକୁ ଜବତ କରିଦେଇଛନ୍ତି । କୁହାଯାଉଛି ଯେ, ଏଫବିଆଇର ଏହି ଚଢ଼ଉ ଉପରାଷ୍ଟ୍ରପତିଙ୍କ କାଗଜପତ୍ର ଖୋଜୁଛନ୍ତି, ଯାହାକୁ ଟ୍ରମ୍ପ ହ୍ୱାଇଟ୍ହାଉସ ଛାଡ଼ିବା ପରେ ଫ୍ଲୋରିଡା ନେଇଯାଇଥିବା ସଂଦେହ କରାଯାଉଛି ।
ଟ୍ରମ୍ପ କହିଥିଲେ ଯେ, ତାଙ୍କର ଫ୍ଲୋରିଡାସ୍ଥିତ ସୌନ୍ଦର୍ଯ୍ୟପୂର୍ଣ୍ଣ ପାମ ବିଚ୍ ଘର ଉପରେ ଏଫବିଆଇର ଚଢ଼ଉ ହୋଇଛି । ଏହାକୁ ଅଧିକାରୀଙ୍କ ଦ୍ୱାରା ଜବତ କରାଯାଇଛି । କୁହାଯାଉଛି ଯେ, ଯେତେବେଳେ ଏଫବିଆଇର ଚଢ଼ଉ ହୋଇଥିଲା, ସେହି ସମୟରେ ଟ୍ରମ୍ପ ଘରେ ଉପସ୍ଥିତ ନ ଥିଲେ । ତେବେ ଟ୍ରମ୍ପ କହିଛନ୍ତି ଯେ, ଏହା ଆମ ପାଇଁ କଳା ଦିନ ଆରମ୍ଭ ହୋଇଯାଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସହିତ ଏଭଳି କେବେ ହୋଇ ନ ଥିଲା । ତଦନ୍ତ ସଂସ୍ଥା ସହିତ ସହଯୋଗ ପରେ ବି ଚଢ଼ଉ କରାଯାଇଛି । ଶାସକ ଦଳ ହଇରାଣ କରିବାକୁ ଚାହୁଁଛନ୍ତି । ସେମାନେ ଚାହୁଁଛନ୍ତି ଯେ, ମୁଁ ଯେପରିକି ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଅବତୀର୍ଣ୍ଣ ନ ହୁଏ ।