ବିଶ୍ୱବ୍ୟାପୀ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୩ କୋଟି ୩୦ ଲକ୍ଷ, ୯.୯୮ ଲକ୍ଷ ମୃତ୍ୟୁ
Khabar Odisha:International-Corona-virus-death-toll-reaches-998-lakh-330-crore-people-detected-in-world-wide

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀରେ ସମଗ୍ର ବିଶ୍ୱ ରବିବାର ସାଢ଼େ ୬ଟା ସୁଦ୍ଧା ୯ ଲକ୍ଷ ୯୮ ହଜାରରୁ ଅଧିକ ଲୋକଙ୍କୁ ହରାଇଛି । କରୋନା ଯୋଗୁଁ ୩ କୋଟି ୩୦ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ୭୨ ଲକ୍ଷ ୮୭ ହଜାର ୫୨୧ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୯ ହଜାର ୧୭୭ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୪୫ ଲକ୍ଷ ୨୪ ହଜାର ୧୦୮ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୫୪ ହଜାର ୨୩୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୯୬ ଜଣ ଗୁରୁତର ଅଛନ୍ତି ।

ବିଶ୍ୱରେ କୋଭିଡ-୧୯ ଯୋଗୁଁ ୩ କୋଟି ୩୦ ଲକ୍ଷ ୪୬ ହଜାର ୨୯୦ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୯ ଲକ୍ଷ ୯୮ ହଜାର ୨୭୬ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୪୪ ଲକ୍ଷ ୧ ହଜାର ୩୮୪ ଜଣ ସୁସ୍ଥ ହୋଇଥିବା ବେଳେ ୭୬ ଲକ୍ଷ ୪୬ ହଜାର ୬୩୦ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୫ ହଜାର ୩୬୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୫୯ ଲକ୍ଷ ୩ ହଜାର ୯୩୨ ସଂକ୍ରମିତ, ୯୩ ହଜାର ୩୭୯ ମୃତ 

ବ୍ରାଜିଲ: ୪୭ ଲକ୍ଷ ୧୮ ହଜାର ୧୧୫ ସଂକ୍ରମିତ, ୧ ଲକ୍ଷ ୪୧ ହଜାର ୪୪୧ ମୃତ

ଋଷିଆ: ୧୧ ଲକ୍ଷ ୪୩ ହଜାର ୫୭୧ ସଂକ୍ରମିତ, ୨୦ ହଜାର ୨୨୫ ମୃତ

କଲୋମ୍ବିଆ: ୮ ଲକ୍ଷ ୬ ହଜାର ୩୮ ସଂକ୍ରମିତ, ୨୫ ହଜାର ୨୯୬ ମୃତ 

ପେରୁ: ୮ ଲକ୍ଷ ୧୪୨ ସଂକ୍ରମିତ, ୩୨ ହଜାର ୧୪୨ ମୃତ

ସ୍ପେନ: ୭ ଲକ୍ଷ ୩୫ ହଜାର ୧୯୮ ସଂକ୍ରମିତ, ୩୧ ହଜାର ୨୩୨ ମୃତ 

ମେକ୍ସିକୋ: ୭ ଲକ୍ଷ ୨୦ ହଜାର ୮୫୮ ସଂକ୍ରମିତ, ୭୫ ହଜାର ୮୪୪ ମୃତ

ଆର୍ଜେଣ୍ଟିନା: ୭ ଲକ୍ଷ ୨ ହଜାର ୪୮୪ ସଂକ୍ରମିତ, ୧୫ ହଜାର ୫୪୩ ମୃତ

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୬୯ ହଜାର ୪୯୮ ସଂକ୍ରମିତ, ୧୬ ହଜାର ୩୭୬ ମୃତ

ପାକିସ୍ତାନ: ୩ ଲକ୍ଷ ୯ ହଜାର ୫୮୧ ସଂକ୍ରମିତ, ୬ ହଜାର ୪୫୧ ମୃତ 

 

  • Tags:

Subscribe

National International State Sports Entertainment