କୋଭିଡ-୧୯: ବିଶ୍ୱବ୍ୟାପୀ ୩.୨୦ କୋଟି ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୯.୮୧ ଲକ୍ଷକୁ ବୃଦ୍ଧି
Khabar Odisha:International-Corona-virus-death-toll-reaches-981-lakh-320-crore-people-detected-in-world-wide

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୪ (ଖବର ଓଡ଼ିଶା): ସମଗ୍ର ବିଶ୍ୱରେ କରୋନା ଭାଇରସ ମହାମାରୀର ଉଗ୍ରରୂପ ଦେଖିବାକୁ ମିଳିଛି । ଯୁକ୍ତରାଷ୍ଟ୍ର ଆମେରିକାବାସୀଙ୍କୁ କରୋନା ଭାଇରସ ଅଧିକ ବ୍ୟସ୍ତ କରିପକାଇଛି । ଗୁରୁବାର ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ୭୧ ଲକ୍ଷ ୩୯ ହଜାର ୩୫୫ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୬ ହଜାର ୫୮୫ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୪୩ ଲକ୍ଷ ୯୭ ହଜାର ୩୪୧ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୩୫ ହଜାର ୪୨୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୮୬ ଜଣ ଗୁରୁତର ଅଛନ୍ତି ।

କୋଭିଡ-୧୯ ଯୋଗୁଁ ବିଶ୍ୱରେ ୩ କୋଟି ୨୦ ଲକ୍ଷ ୮୩ ହଜାର ୫୯୫ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୯ ଲକ୍ଷ ୮୧ ହଜାର ୨୪୪ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୩୬ ଲକ୍ଷ ୬୭ ହଜାର ୪୨୫ ଜଣ ସୁସ୍ଥ ହୋଇଥିବା ବେଳେ ୭୪ ଲକ୍ଷ ୩୪ ହଜାର ୯୨୬ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୨ ହଜାର ୩୮୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୫୬ ଲକ୍ଷ ୪୬ ହଜାର ୧୦ ସଂକ୍ରମିତ, ୯୦ ହଜାର ୨୦ ମୃତ 

ବ୍ରାଜିଲ: ୪୬ ଲକ୍ଷ ୨୭ ହଜାର ୭୮୦ ସଂକ୍ରମିତ, ୧ ଲକ୍ଷ ୩୯ ହଜାର ୬୫ ମୃତ

ଋଷିଆ: ୧୧ ଲକ୍ଷ ୨୨ ହଜାର ୨୪୧ ସଂକ୍ରମିତ, ୧୯ ହଜାର ୭୯୯ ମୃତ

କଲୋମ୍ବିଆ: ୭ ଲକ୍ଷ ୮୪ ହଜାର ୨୬୮ ସଂକ୍ରମିତ, ୨୪ ହଜାର ୭୪୬ ମୃତ 

ପେରୁ: ୭ ଲକ୍ଷ ୮୨ ହଜାର ୬୯୫ ସଂକ୍ରମିତ, ୩୧ ହଜାର ୮୭୦ ମୃତ

ମେକ୍ସିକୋ: ୭ ଲକ୍ଷ ୫ ହଜାର ୨୬୩ ସଂକ୍ରମିତ, ୭୪ ହଜାର ୩୪୮ ମୃତ

ସ୍ପେନ: ୬ ଲକ୍ଷ ୯୩ ହଜାର ୫୫୬ ସଂକ୍ରମିତ, ୩୧ ହଜାର ୩୪ ମୃତ 

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୬୫ ହଜାର ୧୮୮ ସଂକ୍ରମିତ, ୧୬ ହଜାର ୨୦୬ ମୃତ

ଆର୍ଜେଣ୍ଟିନା: ୬ ଲକ୍ଷ ୬୪ ହଜାର ୭୯୯ ସଂକ୍ରମିତ, ୧୪ ହଜାର ୩୭୬ ମୃତ

ପାକିସ୍ତାନ: ୩ ଲକ୍ଷ ୭ ହଜାର ୪୧୮ ସଂକ୍ରମିତ, ୬ ହଜାର ୪୩୨ ମୃତ 

 

  • Tags:

Subscribe

National International State Sports Entertainment