ବିଶ୍ୱରେ କରୋନାଜନିତ ମୃତ୍ୟୁ ୩୭.୭୬ ଲକ୍ଷ, ୧୭ କୋଟି ୫୧ ଲକ୍ଷ ଲୋକ ସଂକ୍ରମିତ
Khabar Odisha:International-Corona-virus-death-toll-reaches-3776lakh-1751-crore-people-detected-in-world-wide

ନୂଆଦିଲ୍ଲୀ, ଜୁନ ୧୦ (ଖବର ଓଡ଼ିଶା): ବିଶ୍ୱରେ କରୋନା ଭାଇରସଜନିତ ମୃତ୍ୟୁ ୩୭ ଲକ୍ଷ ୭୬ ହଜାର ହଜାର ଅତିକ୍ରମ କରିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ୱରେ ୪ ଲକ୍ଷ ୭ ହଜାର ୬୩୯ ଜଣ ନୂଆ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାରି ଭିତରେ ୧୩ ହଜାର ୪୭୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ବିଶ୍ୱରେ  ଆଜି ପର୍ଯ୍ୟନ୍ତ ୧୭ କୋଟି ୫୧ ଲକ୍ଷ ୫୦ ହଜାର ୮୯୧ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୩୭ ଲକ୍ଷ ୭୬ ହଜାର ୪୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୫ କୋଟି ୮୯ ଲକ୍ଷ ୫୧ ହଜାର ୨୦୪ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୨୪ ଲକ୍ଷ ୨୩ ହଜାର ୬୪୬ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୫ହଜାର ୨୭୭  ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୬୩ ହଜାର ୪୧୮କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୧୩ ହଜାର ୪୬୬ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୮୨ ଲକ୍ଷ ୫୧ ହଜାର ୮୭୭ ଲୋକ ସୁସ୍ଥ ହୋଇଥିବା ବେଳେ ୫୩ ଲକ୍ଷ ୯୮ ହଜାର ୭୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫ ହଜାର ୯୦ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୭୧ଲକ୍ଷ ୨୫ ହଜାର ୩୫୭ ସଂକ୍ରମିତ, ୪ଲକ୍ଷ ୭୯ ହଜାର ୭୯୧ମୃତ

ଫ୍ରାନ୍ସ: ୫୭ ଲକ୍ଷ ୨୫ ହଜାର ୪୯୨ ସଂକ୍ରମିତ, ୧ ଲକ୍ଷ ୧୦ ହଜାର ୨୦୨ ମୃତ 

ତୁର୍କୀ: ୫୩ ଲକ୍ଷ ୬ ହଜାର ୬୯୦ ସଂକ୍ରମିତ, ୪୮ ହଜାର ୪୨୮ ମୃତ

ଋଷିଆ: ୫୧ ଲକ୍ଷ ୫୬ ହଜାର ୨୫୦ ସଂକ୍ରମିତ, ୧ଲକ୍ଷ ୨୪ ହଜାର ୮୯୫ ମୃତ 

ୟୁକେ: ୪୫ ଲକ୍ଷ ୩୫ ହଜାର ୭୫୪ ସଂକ୍ରମିତ, ୧ ଲକ୍ଷ ୨୭ ହଜାର ୮୬୦ ମୃତ 

ଇଟାଲି: ୪୨ ଲକ୍ଷ ୩୭ ହଜାର ୭୯୦ ସଂକ୍ରମିତ, ୧ଲକ୍ଷ ୨୬ ହଜାର ୭୬୭ ମୃତ 

ଆର୍ଜେଣ୍ଟିନା: ୪୦ ଲକ୍ଷ ୩୮ ହଜାର ୫୨୮ ସଂକ୍ରମିତ, ୮୩ ହଜାର ୨୭୨ ମୃତ

ଜର୍ମାନୀ: ୩୭ ଲକ୍ଷ ୧୫ ହଜାର ୮୭୦ ସଂକ୍ରମିତ, ୯୦ ହଜାର ୧୮୭ମୃତ 

ସ୍ପେନ: ୩୭ ଲକ୍ଷ ୧୫ ହଜାର ୪୫୪ ସଂକ୍ରମିତ, ୮୦ ହଜାର ୩୩୨ ମୃତ 

 

  • Tags:

Subscribe

National International State Sports Entertainment