ନୂଆଦିଲ୍ଲୀ, ମାର୍ଚ୍ଚ ୦୨ (ଖବର ଓଡ଼ିଶା): କରୋନା ଭାଇରସଜନିତ ମହାମାରୀ ଯୋଗୁଁ ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ୨ କୋଟି ୯୩ ଲକ୍ଷ ୧୦ ହଜାର ୯୯୦କୁ ବୃଦ୍ଧି ପାଇଛି । ଦେଶରେ ୫ ଲକ୍ଷ ୨୭ ହଜାର ୧୫୭ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଟିଏ ୭ ଲକ୍ଷ ୯୬ ହଜାର ୧୬୪ ଲୋକ ସୁସ୍ଥ ହୋଇଥିବା ବେଳେ ୮୯ ଲକ୍ଷ ୬୮ ହଜାର ୪୮୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୫୪୫ ଜଣ ଗୁରୁତର ଅଛନ୍ତି ।
ବିଶ୍ୱବ୍ୟାପୀ ଆଜି ପର୍ଯ୍ୟନ୍ତ ୧୧ କୋଟି ୪୯ ଲକ୍ଷ ୭୮ ହଜାର ୪୫୨ ଜଣ ଲୋକ କରୋନା ଭାଇସରରେ ସଂକ୍ରମିତ ହୋଇସାରିଥିବା ବେଳେ ୨୫ ଲକ୍ଷ ୪୯ ହଜାର ୫୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୯ କୋଟି ୬୮ ଲକ୍ଷ ୭ ହଜାର ୫୦୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୭ ଲକ୍ଷ ୪୧ହଜାର ୪୩୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୯୦ ହଜାର ୧୯୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୧କୋଟି ୫ଲକ୍ଷ ୮୯ହଜାର ୬୦୮ ସଂକ୍ରମିତ, ୨ ଲକ୍ଷ ୫୫ ହଜାର ୮୩୬ ମୃତ
ଋଷିଆ: ୪୨ ଲକ୍ଷ ୫୭ ହଜାର ୬୫୦ ସଂକ୍ରମିତ, ୮୬ ହଜାର ୪୫୫ ମୃତ
ୟୁକେ: ୪୧ ଲକ୍ଷ ୮୨ ହଜାର ୯ ସଂକ୍ରମିତ, ୧ ଲକ୍ଷ ୨୨ ହଜାର ୯୫୩ ମୃତ
ଫ୍ରାନ୍ସ: ୩୭ ଲକ୍ଷ ୬୦ ହଜାର ୬୭୧ ସଂକ୍ରମିତ, ୮୬ ହଜାର ୮୦୩ ମୃତ
ସ୍ପେନ: ୩୨ ଲକ୍ଷ ୪ହଜାର ୫୩୧ ସଂକ୍ରମିତ, ୬୯ ହଜାର ୬୦୯ ମୃତ
ଇଟାଲି: ୨୯ ଲକ୍ଷ ୩୮ ହଜାର ୩୭୧ ସଂକ୍ରମିତ, ୯୭ ହଜାର ୯୪୫ମୃତ
ତୁର୍କୀ: ୨୭ ଲକ୍ଷ ୧୧ ହଜାର ୪୭୯ ସଂକ୍ରମିତ, ୨୮ ହଜାର ୬୩୮ ମୃତ
ଜର୍ମାନୀ: ୨୪ ଲକ୍ଷ ୫୫ ହଜାର ୫୬୨ ସଂକ୍ରମିତ, ୭୦ ହଜାର ୯୨୪ମୃତ
କଲମ୍ବିଆ: ୨୨ ଲକ୍ଷ ୫୫ ହଜାର ୫୬୨ ସଂକ୍ରମିତ, ୫୯ ହଜାର ୮୬୬ ମୃତ