କରୋନା: ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨୧ ଲକ୍ଷ ନିକଟତର, ୯ କୋଟି ୮୦ ଲକ୍ଷ ଲୋକ ଆକ୍ରାନ୍ତ
Khabar Odisha:International-Corona-virus-death-toll-reaches-2097-lakh-980-crore-people-detected-in-world-wide

ନୂଆଦିଲ୍ଲୀ, ଜାନୁଆରୀ ୨୨ (ଖବର ଓଡ଼ିଶା): ବିଶ୍ୱରେ କରୋନା ଭାଇରସ ମହାମାରୀଜନିତ ମୃତ୍ୟୁ ସଂଖ୍ୟା ୨୧ ଲକ୍ଷ ନିକଟତର ହୋଇଛି । ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୧ ଲକ୍ଷ ୭୭ ହଜାର ୩୫୮କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ୪ ଲକ୍ଷ ୧୯ ହଜାର ୭୮୩ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ  କୋଟିଏ ୫୦ ଲକ୍ଷ ୬୪ ହଜାର ୪୬୬ ଜଣ ସୁସ୍ଥ ହୋଇଥିବା ବେଳେ ୯୬ ଲକ୍ଷ ୬୪ ହଜାର ୪୬୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୭ ହଜାର ୬୬୧ ଜଣ ଗୁରୁତର ଅଛନ୍ତି ।

କରୋନା ମହାମାରୀ ଯୋଗୁଁ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୯ କୋଟି ୮୦ ଲକ୍ଷ ୩୧ ହଜାର ୧୮୨ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୦ ଲକ୍ଷ ୯୭ ହଜାର ୮୩୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୭ କୋଟି ୪ ଲକ୍ଷ ୨୯ ହଜାର ୩୩୦ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୫ ଲକ୍ଷ ୪ ହଜାର ୧୨୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୧୧ ହଜାର ୩୦୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୧କୋଟି ୬ଲକ୍ଷ ୧୦ହଜାର ୮୮୩୩ସଂକ୍ରମିତ, ୧ଲକ୍ଷ ୫୨ହଜାର ୮୬୯ମୃତ 

ବ୍ରାଜିଲ: ୮୬ ଲକ୍ଷ ୯୯ ହଜାର ୮୧୪ ସଂକ୍ରମିତ, ୨ ଲକ୍ଷ ୧୪ ହଜାର ୨୨୮ ମୃତ

ଋଷିଆ: ୩୬ ଲକ୍ଷ ୫୫ ହଜାର ୮୩୯ ସଂକ୍ରମିତ, ୬୭ ହଜାର ୮୩୨ ମୃତ

ୟୁକେ: ୩୫ ଲକ୍ଷ ୪୩ ହଜାର ୬୪୬ ସଂକ୍ରମିତ, ୯୪ ହଜାର ୫୮୦ ମୃତ 

ଫ୍ରାନ୍ସ: ୨୯ ଲକ୍ଷ ୮୭ ହଜାର ୯୬୫ ସଂକ୍ରମିତ, ୭୧ ହଜାର ୯୯୮ ମୃତ 

ସ୍ପେନ: ୨୫ ଲକ୍ଷ ୬୦ ହଜାର ୫୮୭ ସଂକ୍ରମିତ, ୫୫ ହଜାର ୪୧ ମୃତ 

ଇଟାଲି: ୨୪ ଲକ୍ଷ ୨୮ ହଜାର ୨୨୧ ସଂକ୍ରମିତ, ୮୪ ହଜାର ୨୦୨ ମୃତ 

ତୁର୍କୀ: ୨୪ ଲକ୍ଷ ୧୨ ହଜାର ୫୦୫ ସଂକ୍ରମିତ, ୨୪ ହଜାର ୬୪୦ ମୃତ

ଜର୍ମାନୀ: ୨୧ ଲକ୍ଷ ୮ ହଜାର ୮୯୫ ସଂକ୍ରମିତ, ୫୧ ହଜାର ୧୫୧ ମୃତ 

କଲମ୍ବିଆ: ୧୯ ଲକ୍ଷ ୭୨ ହଜାର ୩୪୫ ସଂକ୍ରମିତ, ୫୦ ହଜାର ୮୭ ମୃତ

 

  • Tags:

Subscribe

National International State Sports Entertainment