ନୂଆଦିଲ୍ଲୀ, ଜାନୁଆରୀ ୧୫ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ଆଜି ଆଉ ଏକ ରେକର୍ଡ କରିଛି । ସମଗ୍ର ବିଶ୍ୱରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଛି । ଏହାରି ମଧ୍ୟରେ ଶକ୍ତିଶାଳୀ ଓ ବିକଶିତ ଦେଶଗୁଡ଼ିକରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୮ ଲକ୍ଷ ୧୧ ହଜାର ୮୧୩କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ୩ ଲକ୍ଷ ୯୭ ହଜାର ୩୮୫ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଟିଏ ୪୦ ଲକ୍ଷ ୮୦ ହଜାର ୧୧୬ ଜଣ ସୁସ୍ଥ ହୋଇଥିବା ବେଳେ ୯୩ ଲକ୍ଷ ୩୪ ହଜାର ୩୧୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୯ ହଜାର ୧୫୩ ଜଣ ଗୁରୁତର ଅଛନ୍ତି ।
କରୋନା ମହାମାରୀ ଯୋଗୁଁ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୯ କୋଟି ୩୪ ଲକ୍ଷ ୫୯ ହଜାର ୫୭୨ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୦ ଲକ୍ଷ ୪୭୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୬ କୋଟି ୬୭ ଲକ୍ଷ ୫୪ ହଜାର ୮୮୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୪୭ ଲକ୍ଷ ୪ ହଜାର ୮୮୭ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୧୧ ହଜାର ୭୨୯ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ଭାରତ: ୧କୋଟି ୫ଲକ୍ଷ ୧୨ହଜାର ୯୩ସଂକ୍ରମିତ, ୧ଲକ୍ଷ ୫୧ହଜାର ୭୨୭ମୃତ
ବ୍ରାଜିଲ: ୮୩ ଲକ୍ଷ ୨୬ ହଜାର ୧୧୫ ସଂକ୍ରମିତ, ୨ ଲକ୍ଷ ୭ ହଜାର ୧୬୦ ମୃତ
ଋଷିଆ: ୩୪ ଲକ୍ଷ ୯୫ ହଜାର ୮୧୬ ସଂକ୍ରମିତ, ୬୩ ହଜାର ୯୪୦ ମୃତ
ୟୁକେ: ୩୨ ଲକ୍ଷ ୬୦ ହଜାର ୨୫୮ ସଂକ୍ରମିତ, ୮୬ ହଜାର ୧୫ ମୃତ
ଫ୍ରାନ୍ସ: ୨୮ ଲକ୍ଷ ୫୧ ହଜାର ୬୭୦ ସଂକ୍ରମିତ, ୬୯ ହଜାର ୩୧୩ ମୃତ
ତୁର୍କୀ: ୨୩ ଲକ୍ଷ ୬୪ ହଜାର ୮୦୧ ସଂକ୍ରମିତ, ୨୩ ହଜାର ୪୯୫ ମୃତ
ଇଟାଲି: ୨୩ ଲକ୍ଷ ୩୬ ହଜାର ୨୭୯ ସଂକ୍ରମିତ, ୮୦ ହଜାର ୮୪୮ ମୃତ
ସ୍ପେନ: ୨୨ ଲକ୍ଷ ୧୧ ହଜାର ୯୬୭ ସଂକ୍ରମିତ, ୫୩ ହଜାର ୭୯ ମୃତ
ଜର୍ମାନୀ: ୨୦ ଲକ୍ଷ ୩ ହଜାର ୯୮୫ ସଂକ୍ରମିତ, ୪୫ ହଜାର ୪୯୨ ମୃତ
କଲମ୍ବିଆ: ୧୮ ଲକ୍ଷ ୪୯ ହଜାର ୧୦୧ ସଂକ୍ରମିତ, ୪୭ ହଜାର ୪୯୧ ମୃତ