କରୋନା: ବିଶ୍ୱରେ ୯.୨୭ କୋଟି ଲୋକ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ପହଂଚିଲା ୧୯.୮୫ ଲକ୍ଷ
Khabar Odisha:International-Corona-virus-death-toll-reaches-1985-lakh-927-crore-people-detected-in-world-wide

ନୂଆଦିଲ୍ଲୀ, ଜାନୁଆରୀ ୧୪ (ଖବର ଓଡ଼ିଶା): କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱ ପ୍ରାୟ ଏକ ବର୍ଷ ହେବ ଲଢ଼େଇ କରୁଛି । ଏହାରି ମଧ୍ୟରେ କିଛି ବିକଶିତ ଦେଶଗୁଡ଼ିକରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିନ୍ତୁ ସଂପୂର୍ଣ୍ଣ କରୋନା ମୁକ୍ତ ହେବାକୁ ଆହୁରି ବହୁତ ସମୟ ଲାଗିବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । 

ଆମେରିକାରେ ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୫ ଲକ୍ଷ ୯୬ ହଜାର ୬୪୦୯ୁ ବୃଦ୍ଧି ପାଇଛି । ସେହିପରି ଦେଶରେ ୩ ଲକ୍ଷ ୯୩ ହଜାର ୬୧୧ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ  କୋଟିଏ ୩୯ ଲକ୍ଷ ୭୧ ହଜାର ୯୫ ଜଣ ସୁସ୍ଥ ହୋଇଥିବା ବେଳେ  ୯୨ ଲକ୍ଷ ୩୧ ହଜାର ୯୪୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୯ ହଜାର ୨୩୫ ଜଣ ଗୁରୁତର ଅଛନ୍ତି ।

କରୋନା ମହାମାରୀ ଯୋଗୁଁ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୯ କୋଟି ୨୭ ଲକ୍ଷ ୨୭ ହଜାର ୭୩୫ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୯ ଲକ୍ଷ ୮୫ ହଜାର ୮୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୬ କୋଟି ୬୨ ଲକ୍ଷ ୭୨ ହଜାର ୧୯୧ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୪୪ ଲକ୍ଷ ୭୦ ହଜାର ୬୪୦ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୧୦ ହଜାର ୬୬୯ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୧କୋଟି ୪ଲକ୍ଷ ୯୫ହଜାର ୧୪୭ସଂକ୍ରମିତ, ୧ଲକ୍ଷ ୫୧ହଜାର ୫୨୯ମୃତ 

ବ୍ରାଜିଲ: ୮୨ ଲକ୍ଷ ୫୭ ହଜାର୪ ୫୯ ସଂକ୍ରମିତ, ୨ ଲକ୍ଷ ୬ ହଜାର ୯ ମୃତ

ଋଷିଆ: ୩୪ ଲକ୍ଷ ୭୧ ହଜାର ୫୩ ସଂକ୍ରମିତ, ୬୩ ହଜାର ୩୭୦ ମୃତ

ୟୁକେ: ୩୨ ଲକ୍ଷ ୧୧ ହଜାର ୫୭୬ ସଂକ୍ରମିତ, ୮୪ ହଜାର ୭୬୩ ମୃତ 

ଫ୍ରାନ୍ସ: ୨୮ ଲକ୍ଷ ୩୦ ହଜାର ୪୪୨ ସଂକ୍ରମିତ, ୬୯ ହଜାର ୩୧ ମୃତ 

ତୁର୍କୀ: ୨୩ ଲକ୍ଷ ୫୫ ହଜାର ୮୩୯ ସଂକ୍ରମିତ, ୨୩ ହଜାର ୩୨୫ ମୃତ

ଇଟାଲି: ୨୩ ଲକ୍ଷ ୧୯ ହଜାର ୩୬ ସଂକ୍ରମିତ, ୮୦ ହଜାର ୩୨୬ ମୃତ 

ସ୍ପେନ: ୨୧ ଲକ୍ଷ ୭୬ ହଜାର ୮୯ ସଂକ୍ରମିତ, ୫୨ ହଜାର ୮୭୮ ମୃତ 

ଜର୍ମାନୀ: ୧୯ ଲକ୍ଷ ୮୦ ହଜାର ୮୬୧ ସଂକ୍ରମିତ, ୪୪ ହଜାର ୪୦୪ ମୃତ 

କଲମ୍ବିଆ: ୧୮ ଲକ୍ଷ ୩୧ ହଜାର ୯୮୦ ସଂକ୍ରମିତ, ୪୭ ହଜାର ୧୨୪ ମୃତ

 

  • Tags:

Subscribe

National International State Sports Entertainment