ନୂଆଦିଲ୍ଲୀ, ଜାନୁଆରୀ ୧୯ (ଖବର ଓଡ଼ିଶା): କରୋନା ଭାଇରସ୍ ପୁଣି ଥରେ ଉପର ମୁହାଁ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୮ ଲକ୍ଷ ୬୯ ହଜାର ୮୭୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୧୫ ଲକ୍ଷ ୬୪ ହଜାର ୯୧୧ ଜଣ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ୭୬୮୬ ଜଣଙ୍କର ମୃତ୍ୟୁ ହୋଇଛି।
ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୩୩ କୋଟି ୪୮ ଲକ୍ଷ ୧୧ ହଜାର ୧୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ସଂକ୍ରମଣରୁ ୨୭ କୋଟି ୫୯ ଲକ୍ଷ ୫ ହଜାର ୯୪୯ ଜଣ ସୁସ୍ଥ ହୋଇସାରିଛନ୍ତି। କରୋନାରେ ୫୫ ଲକ୍ଷ ୭୨ ହଜାର ୫୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ କୋଟି ୮୬ ଲକ୍ଷ ୪୨ ହଜାର ୬୧୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୬ ହଜାର ୭୧୦ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୨ କୋଟି ୩୨ ଲକ୍ଷ ୧୫ ହଜାର ୫୫୧ ସଂକ୍ରମିତ, ୬ ଲକ୍ଷ ୨୧ ହଜାର ୫୮୭ ମୃତ
ବ୍ରିଟେନ: ୧ କୋଟି ୫୩ ଲକ୍ଷ ୯୯ ହଜାର ୩୦୦ ସଂକ୍ରମିତ, ୧ ଲକ୍ଷ ୫୨ ହଜାର ୫୧୩ ମୃତ
ଫ୍ରାନ୍ସ: ୧ କୋଟି ୪୭ ଲକ୍ଷ ୩୯ ହଜାର ୨୯୭ ସଂକ୍ରମିତ, ୧ ଲକ୍ଷ ୨୭ ହଜାର ୬୩୮ ମୃତ
ରୁଷିଆ: ୧ କୋଟି ୮ ଲକ୍ଷ ୬୫ ହଜାର ୫୧୨ ସଂକ୍ରମିତ, ୩ ଲକ୍ଷ ୨୨ ହଜାର ୬୭୮ ମୃତ
ତୁର୍କୀ: ୧ କୋଟି ୫ ଲକ୍ଷ ୯୧ ହଜାର ୭୫୭ ସଂକ୍ରମିତ, ୮୫ ହଜାର ୭୭ ମୃତ
ଇଟାଲି: ୯୦ ଲକ୍ଷ ୧୮ ହଜାର ୪୨୫ ସଂକ୍ରମିତ, ୧ ଲକ୍ଷ ୪୧ ହଜାର ୮୨୫ ମୃତ
ସ୍ପେନ: ୮୫ ଲକ୍ଷ ୧୮ ହଜାର ୯୭୫ ସଂକ୍ରମିତ, ୯୧ ହଜାର ୨୭୭ମୃତ
ଜର୍ମାନୀ: ୮୧ ଲକ୍ଷ ୪୦ ହଜାର ୪୪୬ ସଂକ୍ରମିତ, ୧ ଲକ୍ଷ ୧୬ ହଜାର ୬୧୦ ମୃତ
ଆର୍ଜେଣ୍ଟିନା: ୭୩ଲକ୍ଷ ୧୮ ହଜାର ୩୦୫ ସଂକ୍ରମିତ, ୧ ଲକ୍ଷ ୧୮ ହଜାର ୪୨୦ ମୃତ